fbpx

ମୋବାଇଲ୍ ଟାୱାର ଲଗାଇବା ନାଁରେ ଲୋକଙ୍କୁ ଠକେଇ: ମେସେଜ୍ ପଠାଇ ଆଲର୍ଟ କଲା TRAI

ନୂଆଦିଲ୍ଲୀ: ନୂଆ ନୂଆ ଯୋଜନା କରି ଲୋକଙ୍କଠାରୁ ଟଙ୍କା ଲୁଟିବାରେ ଲାଗିପଡ଼ିଛନ୍ତି ଦୁଷ୍ଟ ପ୍ରକୃତିର ଲୋକ । ସେମାନେ ପ୍ରଥମରେ ନିରୀହ ଲୋକମାନଙ୍କୁ ସେମାନଙ୍କ ଜାଲରେ ପକାନ୍ତି ଓ ପରେ ତାଙ୍କଠାରୁ ଟଙ୍କା ଲୁଟନ୍ତି । ମୋବାଇଲ୍ ଟାୱାର ଲଗାଇବା ନାମରେ ବଜାରରେ ଠକେଇ ଚାଲିଛି, ଯାହା ବିଷୟରେ ଟେଲିକମ୍ ରେଗୁଲେଟର ଟ୍ରାଇ ଲୋକଙ୍କୁ ସଚେତନ କରିଛି ।

ଟ୍ରାଇ ଦ୍ୱାରା ଲୋକଙ୍କୁ ପଠାଯାଉଛି ମେସେଜ :-
ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଯଥା ଟ୍ରାଇ ମୋବାଇଲ୍ ଟାୱାର ନାମରେ ଘଟୁଥିବା ଠକେଇ ବିଷୟରେ ଲୋକଙ୍କୁ ମେସେଜ୍ ମାଧ୍ୟମରେ ସତର୍କ କରାଇଛି । ଟ୍ରାଇ ଦ୍ୱାରା ପଠାଯାଇଥିବା ମେସେଜରେ ଏହା କୁହାଯାଇଛି ଯେ ଏହା ଦ୍ୱାରା କୌଣସି ଏନଓସି ଦିଆଯାଏନାହିଁ । ଟ୍ରାଇର ମେସେଜ୍ ହେଉଛି- ମନେରଖନ୍ତୁ ଯେ ମୋବାଇଲ୍ ଟାୱାର ଲଗାଇବା ପାଇଁ ଟ୍ରାଇ ଏସଓସି ଜାରି କରେ ନାହିଁ । ଯଦି କେହି ଏପରି ଚିଠି ସହିତ ଆପଣଙ୍କୁ ସମ୍ପର୍କ କରେ, ତେବେ ଜାଣିବେ ସେ ଆପଣଙ୍କୁ ଠକିବାକୁ ଚେଷ୍ଟା କରୁଛି ।

ପିଆଇବି ଫ୍ୟାକ୍ଟଚେକ୍ ମଧ୍ୟ ସତର୍କ କରାଇ ଦେଇଥିଲା :-

ଏହି ମାସ ଆରମ୍ଭରେ ପିଆଇବି ଫ୍ୟାକ୍ଟଚେକ୍ ମଧ୍ୟ ମୋବାଇଲ୍ ଟାୱାର ଲଗାଇବା ଠକେଇ ବିଷୟରେ ଲୋକଙ୍କୁ ଚେତାବନୀ ଦେଇଥିଲା । ମୋବାଇଲ୍ ଟାୱାର ଲଗାଇବା ପାଇଁ ଟେଲିକମ୍ ବିଭାଗ ନାମରେ ଲୋକଙ୍କୁ ନକଲି ଏନଓସି ଦିଆଯାଉଛି ଏବଂ ଏହାର ପ୍ରତିବଦଳରେ ସେମାନଙ୍କଠାରୁ ଟଙ୍କା ଠକେଇ ହେଉଛି ବୋଲି ପିଆଇବି ଫ୍ୟାକ୍ଟଚେକ୍ କହିଛି । ପିଆଇବି ଫ୍ୟାକ୍ଟଚେକ୍ ରିପୋର୍ଟ କରିଛି ଯେ ମୋବାଇଲ୍ ଟାୱାର ଲଗାଇବା ପାଇଁ ଟେଲିକମ୍ ବିଭାଗ କୌଣସି ଶୁଳ୍କ କିମ୍ବା ଟିକସ ଆଦାୟ କରେ ନାହିଁ ।

Get real time updates directly on you device, subscribe now.