fbpx

ରାହୁଲ ଗାନ୍ଧୀଙ୍କୁ ନ୍ୟାୟ ମିଳିବ କି? ଯାଚିକା ଉପରେ ଶୁଣାଣୀ କରିବେ ସୁପ୍ରିମକୋର୍ଟ, ଗୁଜୁରାଟ ସରକାର ଓ ଅଭିଯୋଗ କର୍ତ୍ତାଙ୍କୁ ନୋଟିସ ଜାରି

Advertisement

ନୂଆଦିଲ୍ଲୀ:ମୋଦୀ ସରନେମ୍ କେସ୍ ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଗୁଜୁରାଟ ହାଇକୋର୍ଟର ନିଷ୍ପତ୍ତି ବିରୁଦ୍ଧରେ ଦାଖଲ ଯାଚିକା ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ ଆଜି ଗୁଜୁରାଟ ସରକାର ଓ ଏହି ମାମଲାରେ ଅଭିଯୋଗ କର୍ତ୍ତାଙ୍କୁ ନୋଟିସ୍ ଜାରି କରିଛନ୍ତି । ରାହୁଲ ଗାନ୍ଧୀଙ୍କ ପକ୍ଷ ରଖି ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘବୀ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ, ଦଣ୍ଡର ନିଷ୍ପତ୍ତି ଉପରେ ରୋକ ଲଗାଯାଉ କିମ୍ବା ଖୁବ୍ ଶୀଘ୍ର ଏହା ଉପରେ ଶୁଣାଣୀ ହେଉ । ତେବେ ସୁପ୍ରିମକୋର୍ଟ କହିଥିଲେ ବିନା ଶୁଣାଣୀରେ ଦଣ୍ଡର ନିଷ୍ପତ୍ତି ଉପରେ ରୋକ ଲଗାଯାଇ ପାରିବ ନାହିଁ । ତେବେ ଏହି ମାମଲାରେ ଉଚ୍ଚତମ ନ୍ୟାୟାଳୟ ପ୍ରଶ୍ନ କରିଛନ୍ତି ଯେ ଏହି ମାମଲାରେ ଦୋଷସିଦ୍ଧ ବ୍ୟକ୍ତି କ’ଣ ନିଲମ୍ବନ ଯୋଗ୍ୟ ? ଏହାପରେ ସୁପ୍ରିମକୋର୍ଟ ପକ୍ଷରୁ ନୋଟିସ୍ ଜାରି କରାଯାଇଛି ଯେ, ୪ ଅଗଷ୍ଟରେ ଆଗାମୀ ଶୁଣାଣୀ ହେବ ।

ଜୁଲାଇ ୧୮ରେ ରାହୁଲ ଗାନ୍ଧୀଙ୍କ ଓକିଲ ଅଭିଷେକ ମନୁ ସିଙ୍ଘବୀ ମାମଲାର ଉଲ୍ଲେଖ କରି ଏହି ଯାଚିକାର ଜଲଦି ଶୁଣାଣୀ ଲାଗି ଅନୁରୋଧ କରିଥିଲେ । ଏହାପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ପୀଠ ଯାଚିକା ଉପରେ ଶୁଣାଣୀ ଲାଗି ସହମତି ପ୍ରକାଶ କରିଛନ୍ତିି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ନିଜ ଯାଚିକାରେ ରାହୁଲ ଗାନ୍ଧୀ କହିଥିଲେ ଯଦି ଜୁଲଶଇ ୭ରେ ଦିଆଯାଇଥିବା ଆଦେଶ ଉପରେ ରୋକ ଲଗା ନ ଯାଏ ତେବେ ଏହା ଦ୍ୱାରା ବ୍ୟକ୍ତିର ସ୍ୱତନ୍ତ୍ର ଅଭିବ୍ୟକ୍ତି, ସ୍ୱତନ୍ତ୍ର ବିଚାର ଓ ସ୍ୱତନ୍ତ୍ର ବକ୍ତବ୍ୟ ବାଧାପ୍ରାପ୍ତ ହେବ । ରାହୁଲ ଗାନ୍ଧୀ ୧୩ ଏପ୍ରିଲ ୨୦୧୯ରେ କର୍ଣ୍ଣାଟକ କୋଲାରରେ ଏକ ନିର୍ବାଚନୀ ର୍ୟାଲିରେ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସରନେମ୍କୁ ନେଇ ଟିପ୍ପଣୀ କରିଥିଲେ । ଏହାପରେ ଗୁଜୁରାଟ ସରକାରର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଅପରାଧିକ ମାନହାନି ମାମଲା ରୁଜୁ କରିଥିଲେ ।

 

Get real time updates directly on you device, subscribe now.