ମହିଳାଙ୍କ ଓଠର ଏହି ସ୍ଥାନରେ ଥିବା କଳାଯାଇର ରହିଛି ଖାସ ମହତ୍ତ୍ୱ, ହୋଇଥାଆନ୍ତି ଏହି ସ୍ୱଭାବର

ଓଠରେ ଥିବା କଳାଯାଇ ବ୍ୟକ୍ତିର ସୁନ୍ଦରତାକୁ ଦ୍ୱିଗୁଣିତ କରେ । ହେଲେ ଜ୍ୟେତିଷଙ୍କ ଅନୁଯାୟୀ କଳାଯାଇର ଏକ ମହତ୍ତ୍ୱ ଅଛି । ଏହା ବ୍ୟକ୍ତିର ସ୍ୱଭାବକୁ ବର୍ଣ୍ଣନା କରିଥାଏ ।

ଓଡ଼ିଶା ଭାସ୍କର: ସମସ୍ତଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କଳାଯାଇ ରହିଥାଏ । ସାମୁଦ୍ରିକ ଶାସ୍ତ୍ର ମୁତାବକ, ବ୍ୟକ୍ତିର ଶରୀରରେ ଥିବା କଳାଯାଇର ମଧ୍ୟ ଅନେକ ଅର୍ଥ ରହିଛି ।

ତେବେ ମହିଳାଙ୍କ ଓଠରେ ଥିବା କଳାଯାଇ ଅଧିକ ଆକର୍ଷଣୀୟ ହୋଇଥାଏ । ଓଠରେ କଳାଯାଇ ଶୁଭ ଏବଂ ଅଶୁଭ ଉଭୟ ସଂକେତ ଦେଇଥାଏ ।

ତଳ ଓଠର ଡାହାଣ ପଟକୁ ଥିବା କଳାଯାଇ: ଯେଉଁ ମହିଳାଙ୍କର ଏପରି ସ୍ଥାନରେ କଳାଯାଇଥାଏ, ସେମାନେ ନିଜ କାମରେ ନିପୁଣ ଥାଆନ୍ତି । ନିଜ କାମ ପାଇଁ ଏମାନେ ଲୋକଙ୍କ ମଧ୍ୟରେ ଲୋକପ୍ରିୟ ।

ସମୟ ସହ ଆଗକୁ ବଢିବା ଏମାନଙ୍କର ପ୍ରକୃତି ହୋଇଥାଏ । ଏମାନେ ଲଭ ଲାଇଫରେ ବହୁତ ରୋମାଣ୍ଟିକ ହୋଇଥାଆନ୍ତି ।

ତଳ ଓଠର ବାମ ପଟକୁ ଥିବା କଳାଯାଇ: ଏହି ସ୍ଥାନରେ କଳାଯାଇ ଥିବା ମହିଳାମାନେ ଭିନ୍ନ ଭିନ୍ନ ବସ୍ତ୍ର ପିନ୍ଧିବାକୁ ପସନ୍ଦ କରନ୍ତି ଏବଂ ଖାଦ୍ୟ ଖାଇବାକୁ ପସନ୍ଦ କରିଥାଆନ୍ତି ।

ଏଥିସହ ଏଭଳି ମହିଳାମାନେ ନିଜ ଜିନିଷକୁ ଭଲଭାବେ ସମ୍ଭାଳିକି ରଖନ୍ତି । ଲଭ ଲାଇଫରେ ଏହି ମହିଳାମାନେ ନିଜ ଜୀବନସାଥୀଙ୍କୁ ଖୁବ ଭଲପାଆନ୍ତି ।

ଉପର ଓଠରେ ଥିବା କଳାଯାଇ: ଯଦି କୌଣସି ମହିଳାଙ୍କର ଉପରି ଭାଗ ଓଠରେ କଳାଯାଇ ଥାଏ, ସେମାନେ ବହୁତ କଥା ହେବାକୁ ପସନ୍ଦ କରିଥାଆନ୍ତି ଏବଂ ଏମାନେ ସର୍ବଦା ମଧୁର କଥା କହିଥାଆନ୍ତି ।

ଏହି ମହିଳାମାନେ ମହଙ୍ଗା ଜିନିଷ କିଣିବାକୁ ପସନ୍ଦ କରିଥାଆନ୍ତି । ଏଥିସହ ଏମାନେ କର୍ମକ୍ଷେତ୍ରରେ ଖୁବ ପରିଶ୍ରମ କରିଥାଆନ୍ତି ।