fbpx

ରାଜଧାନୀରେ ୨୫୦ରୁ ଅଧିକ ମଦ ଦୋକାନ ବନ୍ଦ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଆଗାମୀ ଦିନରେ ଆପଣଙ୍କୁ ମଦ କିଣିବାରେ ସମସ୍ୟା ହୋଇପାରେ । ଅକ୍ଟୋବର ୧ ତାରିଖରୁ ଦିଲ୍ଲୀରେ ପ୍ରାୟ ୨୫୦ରୁ ଅଧିକ ମଦ ଦୋକନରେ ତାଲା ପଡିଛି । ଆଗାମୀ ଦେଢ଼ମାସ ପଯ୍ୟନ୍ତ କୌଣସି ବି ଘରୋଇ ମଦ ଦୋକାନରୁ ବିକ୍ରି ହେବନାହିଁ । ଦିଲ୍ଲୀରେ ଆସିଥିବା ଅବକାରୀ ନୀତି ଯୋଗୁଁ ଏହା ହୋଇଛି, ଯାହାଫଳରେ ଏବେଠାରୁ ଲୋକଙ୍କୁ ସମସ୍ୟା ହେଉଛି ।

ତେବେ ଦିଲ୍ଲୀ ସରକାର ଆଣିଥିବା ନୂଆ ଅବକାରୀ ନୀତି ଅନୁସାରେ, ଦିଲ୍ଲୀର ସମସ୍ତ ୮୫୦ ମଦ ଦୋକାନ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି । ଏଥିରେ ୨୫୦ରୁ ଅଧିକ ଏବେ ବି ବ୍ୟକ୍ତିଗତ ଚୁକ୍ତିମାନାରେ ରହିଛି । ନୂଆ ଲାଇସେନ୍ସ ଅଧିନରେ ନଭେମ୍ବର ୧୭ ତାରିଖରୁ ମଦ ବିକ୍ରି ହେବ । ଅର୍ଥାତ୍ ୧ ଅକ୍ଟୋବରରୁ ୧୬ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀବାସୀ କେବଳ ସରକାରୀ ଦୋକାନରୁ ମଦ କିଣିପାରିବେ ।

Get real time updates directly on you device, subscribe now.