fbpx

ଢ଼େଙ୍କାନାଳ ଗୁଳିମାଡ଼ର ପ୍ରତିଶୋଧ: ମା’-ପୁଅଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଢ଼େଙ୍କାନାଳ ଗୁଳିକାଣ୍ଡ ମୃତ୍ୟୁର ପ୍ରତିଶୋଧ ନେଇଛନ୍ତି ମୃତକଙ୍କ ପରିବାର ଲୋକ । ଗୋଟିଏ ପରିବାର ଗାଁ ଛାଡ଼ି ପଳାଉଥିବା ବେଳେ ମା’ ଓ ୩ ବର୍ଷର ପୁଅକୁ ଗୋଡେଇ ଗୋଡେଇ ହାଣିଛନ୍ତି । କନ୍ଧପାଳ ଗାଁରେ ଗୁଳିମାଡ ପରେ ଅଭିଯୁକ୍ତ ମାନେ ଫେରାର ହୋଇ ଯାଇଥିବା ବେଳେ ଗାଁ ଛାଡି ପଳାଇ ଯାଇଥିଲେ । ନିଜ ଶିଶୁ ପୁତ୍ରକୁ ଧରି ସ୍ତ୍ରୀ ଲୋକ ଜଣଙ୍କ ଗାଁ ଛାଡି ପଳାଇ ଯାଉଥିବା ବେଳେ ଏହି ଆକ୍ରମଣ ଘଟିଥିଲା । ଆକ୍ରମଣରେ ମା’ ଓ ପୁଅ ଗୁରୁତର ହୋଇଥିବା ବେଳେ ଉଭୟଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗ୍ରାମରେ ପୋଖରୀ ଖୋଳାକୁ ନେଇ ଗୁଳି ମାଡ଼ ହେବାରୁ ଜଣଙ୍କ ପ୍ରାଣହାନି ଘଟଥିଲା । ସକାଳୁ ସକାଳୁ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ପ୍ରତିଶୋଧ ପରାୟଣ ହୋଇ ମା’-ପୁଅଙ୍କୁ ହାଣି ଦେଇଛନ୍ତି ପରିବାର ଲୋକ ।

ଦୁଇ ପରିବାର ମଧ୍ୟରେ ଜମି ଜମା ବିବାଦ ଲାଗିଥିବା ଜମିରେ ପୋଖରୀ ଖୋଳିବାକୁ ନେଇ ଘଟିଥିଲଲା ଗୁଳିକାଣ୍ଡ । ପୋଖରୀ ଖୋଳିବା ପାଇଁ ଜେସିବି ଅଣାଯିବାରୁ ଗୁଳିକାଣ୍ଡ ଘଟିଥିଲା । ୪-୫ ଭାଇ ମିଶି ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଜଣାପଡିଛି । ଏହା ସହିତ ଗୁଳିକାଣ୍ଡ ପରେ ସମସ୍ତ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.