fbpx

Moto Edge 50 ଭାରତରେ ହେଲା ଲଞ୍ଚ, ଏହି ଦମଦାର ଫିଚର ଫୋନରେ ମିଳିବ ୨୦୦୦ ଟଙ୍କାର ଡିସକାଉଣ୍ଟ

ନୂଆଦିଲ୍ଲୀ: ମୋଟୋରୋଲା ଅନେକ ଫୋନ ଭାରତରେ ଲଞ୍ଚ କରିଛି । ଏହାରି ମଧ୍ୟରେ କମ୍ପାନୀ ଆଉ ଏକ ନୂଆ ସ୍ମାର୍ଟଫୋନର ନାମ ମଧ୍ୟ ଯୋଡିଛି, ଯାହାର ନାମ Moto Edge 50 ଅଟେ । ଏହି ଫୋନକୁ ବର୍ତ୍ତମାନ ଅଫିସିଆଲ ଭାବେ ଭାରତରେ ଲଞ୍ଚ କରାଯାଇଛି । ଏହି ଫୋନରେ curved pOLED ଡିସପ୍ଲେ ଦିଆଯାଇଛି । କମ୍ପାନୀ ଏହି ଫୋନକୁ କୋଲା ଗ୍ରେ, ଫରେଷ୍ଟ ଗ୍ରୀନ ଏବଂ ପିଚ ଫଜ କଲର ଅପସନରେ ଲଞ୍ଚ କରାଯାଇଛି । ଏହି ଫୋନକୁ କମ୍ପାନୀ ଏକମାତ୍ର ଭ୍ୟାରିଆଣ୍ଟରେ ଲଞ୍ଚ କରିଛି । ଯାହା 8GB RAM ଏବଂ 256GB ଭ୍ୟାରିଆଣ୍ଟ ସହ ଆସୁଛି । ଏହି ଫୋନର ମୂଲ୍ୟ ୨୭ ହଜାର ୯୯୯ଟଙ୍କା ଅଟେ । ଏହି ଫୋନର ଫ୍ଲିପକାର୍ଟ ଏବଂ ମୋଟୋରୋଲାର ଅନଲାଇନ ଷ୍ଟୋର୍ସରେ ୮ ଅଗଷ୍ଟରୁ ବିକ୍ରି କରାଯିବ ।

ଯଦି ଆପଣ ଏହି ଫୋନକୁ Axis bank, IDFC bank credit cards ରୁ କିଣିବେ ତେବେ ଆପଣଙ୍କୁ ୨ ହଜାର ଟଙ୍କାର ଅତିରିକ୍ତ ବ୍ୟାଙ୍କ ଡିସକାଉଣ୍ଟ ମିଳିବ । ଏହା ବ୍ୟତୀତ କିଛି ଚୟନ କରାଯାଇଥିବା ବ୍ୟାଙ୍କ କ୍ରେଡିଟ ଏବଂ ଡେବିଟ କାର୍ଡ ଜରିଆରେ ୟୁଜର୍ସଙ୍କୁ ୯ ମାସ ପର୍ଯ୍ୟନ୍ତ ନୋ କାଷ୍ଟ ଇଏମଆଇ ମଧ୍ୟ ମିଳିଯିବ ।

ଡିସପ୍ଲେ: ଏହି ଫୋନରେ ୬.୬୭ ଇଞ୍ଚର curved pOLED ସ୍କ୍ରିନ ଦିଆଯାଇଛି । ଯାହା ୧.୫ ହଜାର ରିଜୋଲୁସନ, ୧୨୦ଏଚଜେଡ ରିଫ୍ରେସ ରେଟ, HDR10+ ସପୋର୍ଟ, ୧୯୦୦ ନିଟସର ପିକ ବ୍ରାଇଟନେସ ସହ ଆସୁଛି ।

ପ୍ରୋସେସର: ଏହି ଫୋନରେ କମ୍ପାନୀ ପ୍ରୋସେସର ପାଇଁ Qualcomm Snapdragon 7 Gen 1 Accelerated Edition ଚିପସେଟର ବ୍ୟବହାର କରିଛି ।

ସଫ୍ଟୱେୟାର: ଏହି ଫୋନ Android 14 ବେସଡ MyUX ଓଏସରେ ରନ କରୁଛି । ଏଥିରେ ୩ ବର୍ଷର ଆଣ୍ଡ୍ରଏଡ ଅପଡେଟ୍ସ ଏବଂ ୪ ବର୍ଷ ପର୍ଯ୍ୟନ୍ତ ସିକ୍ୟୁରିଟି ପ୍ୟାଚର ଦାବି କରାଯାଇଛି ।

ବ୍ୟାକ କ୍ୟାମେରା: ଏହି ଫୋନର ପଛ କ୍ୟାମେରା 50MP Sony LYT-700C ସେନ୍ସର ଦିଆଯାଇଛି । ଫୋନର ଦ୍ୱିତୀୟ କ୍ୟାମେରା 13MP ର ଅଲଟ୍ରାୱାଇଡ ଆଙ୍ଗେଲ ଲେନ୍ସ, 10MPର ଟେଲିଫୋଟୋ ଲେନ୍ସ ସହ ଆସୁଛି, ଯାହା 30x ପର୍ଯ୍ୟନ୍ତ ଡିଜିଟାଲ ଜୁମ କରିବାର ସୁବିଧା ଦେଉଛି ।

ଫ୍ରଣ୍ଟ କ୍ୟାମେରା: ଏହି ଫୋନରେ 32MPର ଏକ ସେଲ୍ଫି ଏବଂ ଭିଡିଓ କ୍ୟାମେରା ଦିଆଯାଇଛି ।

ବ୍ୟାଟେରୀ: ଏହି ଫୋନ୍ 5000mAh ବ୍ୟାଟେରୀ, 68W ଟର୍ବୋ ପାୱାର ଫାଷ୍ଟ ଚାର୍ଜିଂ ଏବଂ 15W ୱେୟରଲେସ ଚାର୍ଜିଂ ସହ ଆସୁଛି।

କନେକ୍ଟିଭିଟି: Dual SIM, 5G, 4G LTE, WiFi 6, Bluetooth 5.2, GPS ସମେତ ଅନେକ କନେକ୍ଟିଭିଟି ଫିଚର୍ସ ଦିଆଯାଇଛି ।

 

Get real time updates directly on you device, subscribe now.