fbpx

ମୋର ରାଜ୍ୟ ମଣିପୁର ଜଳୁଛି, ଦୟାକରି ସାହାଯ୍ୟ କରନ୍ତୁ.. ଟ୍ୱିଟ କରି ପିଏମ ମୋଦୀ ଆଉ ଅମିତ ଶାହାଙ୍କ ସାହାର୍ଯ୍ୟ ଲୋଡିଲେ ମେରି କମ

Advertisement

ନୂଆଦିଲ୍ଲୀ: ମଣିପୁରରେ ହୋଇଥିବା ହିଂସାକୁ ନେଇ ଉଦ୍ବେଗ ପ୍ରକାଶ କରି ଭାରତୀୟ ବକ୍ସିଂ ସୁପରଷ୍ଟାର ଏମସି ମେରି କମ ଉତ୍ତର-ପୂର୍ବ ରାଜ୍ୟରେ ଚାଲିଥିବା ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହାୟତା ଲୋଡିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଶାହାଙ୍କୁ ଟ୍ୟାଗ କରି ଟ୍ୱିଟରରେ ଲେଖିଛନ୍ତି, “ମୋର ରାଜ୍ୟ ମଣିପୁର ଜଳୁଛି, ଦୟାକରି ସାହାଯ୍ୟ କରନ୍ତୁ ।

ବୁଧବାର ଦିନ ମଣିପୁର ସରକାର ଆଠଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଥିଲେ ଏବଂ ଆଦିବାସୀ ଆନ୍ଦୋଳନ ସମୟରେ ହିଂସା ପରେ ସମଗ୍ର ଉତ୍ତର-ପୂର୍ବ ରାଜ୍ୟରେ ମୋବାଇଲ୍ ଇଣ୍ଟରନେଟ୍ ସେବାକୁ ସ୍ଥଗିତ ରଖିଥିଲେ। ଆଠଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି, ଅଣ-ଆଦିବାସୀ ପ୍ରାଧାନ୍ୟ ପଶ୍ଚିମ ଇମ୍ଫାଲ, କାଚଚିଂ, ଥୁବାଲ, ଜିରିବାମ ଏବଂ ବିଷ୍ଣୁପୁର ଜିଲ୍ଲା ଏବଂ ଆଦିବାସୀ ପ୍ରାଧାନ୍ୟରେ ଥିବା ଚୁରଚାନ୍ଦପୁର, କାଙ୍ଗପୋକପି ଏବଂ ଟେଙ୍ଗନୁପାଲ ଜିଲ୍ଲା ଏଥିରେ ଅନ୍ତର୍ଭୁକ୍ତ।

ସୂଚନାମୁତାବକ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ପାଇଁ ଅଲ ଆଦିବାସୀ ଛାତ୍ର ୟୁନିଅନ ମଣିପୁର (ଏଟିଏସଏମ) ଦ୍ୱାରା ଡକାଯାଇଥିବା ‘Tribal Solidarity March’ କରିବା ପରେ ବୁଧବାର ଦିନ ଚୁରଚାନ୍ଦପୁର ଜିଲ୍ଲାର ଟୋରବଙ୍ଗ ଅଞ୍ଚଳରେ ସଂଘର୍ଷ ଘଟିଛି। ଏଠି ଯାତ୍ରାରେ ପ୍ରାୟ ହଜାର ହଜାର ଲୋକ ଯୋଗ ଦେଇଥିଲେ ଯାହା ପରେ ସ୍ଥିତି ବହୁତ ଜଟିଳ ହେଇଥିଲା ।

ଏହି ପଦଯାତ୍ରାରେ ହଜାର ହଜାର ଆନ୍ଦୋଳନକାରୀ ଅଂଶଗ୍ରହଣ କରିଥିଲେ ଏବଂ ମେଟେଇ ସମ୍ପ୍ରଦାୟ ପାଇଁ ଏସଟି ମାନ୍ୟତାକୁ ବିରୋଧ କରୁଥିବା ସ୍ଲୋଗାନ ଦେଇଥିଲେ, ଯାହାଫଳରେ ତୋରବଙ୍ଗ ଅଞ୍ଚଳରେ ଆଦିବାସୀ ଏବଂ ଅଣ ଆଦିବାସୀଙ୍କ ମଧ୍ୟରେ ହିଂସା ଘଟିଥଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନାଦେଇଛନ୍ତି । ସ୍ଥିତିକୁ ଆୟତରେ ଆଣିବା ସହ ଭିଡ଼ ଭଙ୍ଗ କରିବା ପାଇଁ ପୋଲିସ ଅନେକ ରାଉଣ୍ଡ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା।

Get real time updates directly on you device, subscribe now.