fbpx

ବିରୋଧୀଙ୍କ ମହାମେଳିକୁ ମୋଦୀଙ୍କ ଟାର୍ଗେଟ୍; କହିଲେ ବିରୋଧୀଙ୍କ ଦୋକାନର ଲେବୁଲ ଗୋଟିଏ କିନ୍ତୁ ମାଲ ରହିଛି କିଛି ଅଲଗା

Advertisement

ନୂଆଦିଲ୍ଲୀ:ବେଙ୍ଗାଲୁରରେ ହେଉଥିବା ବିରୋଧୀ ଦଳଙ୍କ ମହାମେଳିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟାର୍ଗେଟ୍ କରିଛନ୍ତି । ସେ ଏହି ବୈଠକକୁ ଭ୍ରଷ୍ଟାଚାରୀଙ୍କ ସମ୍ମିଳନୀ ବୋଲି କହିଛନ୍ତି । ସେ କହିଛନ୍ତି ସ୍ୱାଧୀନତାର ୭୫ ବର୍ଷ ପରେ ଆମର ଭାରତ କେଉଁଠି ନା କେଉଁଠି ପହଞ୍ଚିଥାନ୍ତା । ଆମ ଭାରତୀୟଙ୍କ ସାମର୍ଥ୍ୟରେ କେଉଁଠି ବି ଟିକେ ଅଭାବ ନାହିଁ । କିନ୍ତୁ ଭାରତୀୟଙ୍କ ଏହି ସାମର୍ଥ୍ୟ ସହିତ ଭ୍ରଷ୍ଟାଚାରୀ ଓ ପରିବାରବାଦୀ ଦଳ ଘୋର ଅନ୍ୟାୟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୋର୍ଟ ବ୍ଲେୟାରରେ ବୀର ସବରକର ଅନ୍ତଃରାଷ୍ଟ୍ରୀୟ ବିମାନ ବନ୍ଦରରର ନୂତନ ସଂଯୋଗୀକୃତ ଟର୍ମିନାଲ ଭବନ ଉଦଘାଟନ ସମାରୋହରେ ଯୋଗ ଦେବା ଅବସରରେ ବିରୋଧୀଙ୍କ ମହାମେଳିକୁ ଟାର୍ଗେଟ୍ କରି କହିଛନ୍ତି ଏହିମାନେ ସୀମାହୀନ ଭ୍ରଷ୍ଟ୍ରାଚାରରେ ବୁଡି ରହିଛନ୍ତି । ମୋଦୀ କହିଛନ୍ତି ସ୍ୱାଧୀନତାର ୭୫ ବର୍ଷ ପରେ ଆମ ଭାରତ କେଉଁଠି ନା କେଉଁଠି ପହଞ୍ଚିଥାନ୍ତା । କିନ୍ତୁ ଏହି ଭ୍ରଷ୍ଟାଚାରୀମାନେ ଏହା କରେଇ ଦେଇନାହାନ୍ତି । ମୋଦି କହିଛନ୍ତି ମୋତେ ସେମାନଙ୍କ ମେଳିକୁ ଦେଖି ଅବଧୀ ଭାଷାରେ ଲିଖିତ ଏକ କବିତାର ପଂକ୍ତି ମନେ ପଡିଯାଉଛି , “ଗାଇତ କୁଛ ହୈ, ହାଲ କୁଛ ହୈ, ଲେବୁଲ କୁଛ ହୈ, ମାଲ କୁଛ ହୈ ‘ ।

ମୋଦୀ କହିଛନ୍ତି ବିରୋଧୀ ଦଳ ନିଜର ଦୋକାନ ଖୋଲି ଆମକୁ ରୋକିବାକୁ ଚାହୁଁଛନ୍ତି । ଏମାନଙ୍କ ଦୋକନରେ ଦୁଇଟି ଜିନିଷର ଗ୍ୟାରେଣ୍ଟି ଅଛି । ଏମାନେ ଗୋଟିଏ ପଟେ ନିଜ ଦୋକାନରେ ଜାତିବାଦର ଜହର ବିକ୍ରି କରୁଥିବା ବେଳେ ଅନ୍ୟଟି ହେଉଛି ଭ୍ରଷ୍ଟାଚାର ଯାହା ଏମାନେ ଜନତାଙ୍କ ସହ କରିଛନ୍ତି । ସାରା ଭ୍ରଷ୍ଟାଚାରୀ ବହୁ ଖୁସିରେ ଏକାଠି ହୋଇଛନ୍ତି । ଏହି ଲୋକମାନେ କେବଳ ପରିବାରବାଦ କଥା ଜାଣନ୍ତି । ଏମାନେ କେବଳ ନିଜ ପରିବାର ଓ ସନ୍ତାନମାନଙ୍କ ବିଷୟରେ ଚିନ୍ତା କରନ୍ତି ଦେଶର ଜନତାଙ୍କ ବିଷୟରେ ନୁହେଁ । ଏମାନେ ସମସ୍ତେ ବହୁ ମୁଖା ପିନ୍ଧିଛନ୍ତି । ଏମାନେ କ୍ୟାମେରା ସାମ୍ନାରେ ଗୋଟିଏ ପ୍ରକାର ଦେଖାଯାନ୍ତି କିନ୍ତୁ ପ୍ରଚ୍ଛଦରେ ଏମାନେ ଜଣେ ଜଣେ ଭ୍ରଷ୍ଟାଚାରୀ । ତେଣୁ ଏହା କଟ୍ଟର ଭ୍ରଷ୍ଟାଚାରୀଙ୍କ ସମ୍ମିଳନୀ କହିଲେ କିଛି ଭୁଲ୍ ହେବ ନାହିଁ ବୋଲି ମୋଦୀ କହିଛନ୍ତି ।

 

Get real time updates directly on you device, subscribe now.