fbpx

ମୋଦୀଙ୍କ ଶପଥ ଗ୍ରହଣ ପରେ ମିଳିବ ସରପ୍ରାଇଜ୍! ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିବେ କେନ୍ଦ୍ର ସରକାର

Advertisement

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ସରିଥିବା ବେଳେ ଆସନ୍ତା ୯ ତାରିଖ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ କ୍ରମାଗତ ୩ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରି ମୋଦୀ ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି । ଏହି ଖୁସିର ମୁହୂର୍ତ୍ତରେ ପିଏମ୍ ମୋଦୀ ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେଇ ପାରନ୍ତି ।

ଜୁନ ୪ରେ ଫଳାଫଳ ଘୋଷଣା ହେବା ପରେ କେନ୍ଦ୍ର ସରକାର ଦେଶବାସୀଙ୍କୁ ଏକ ବଡ଼ ଉପହାର ଦେବେ ବୋଲି ନିର୍ବାଚନ ପୂର୍ବରୁ ବେଶ୍ ଚର୍ଚ୍ଚା ହେଉଥିଲା । ଏବେ ରେଜଲ୍ଟ ଘୋଷଣା ସରିଥିବାରୁ କେନ୍ଦ୍ର କର୍ମଚାରୀଙ୍କୁ କେବେ ଉପହାର ମିଳୁଛି ତାହାକୁ ଲକ୍ଷ ଲକ୍ଷ କର୍ମଚାରୀ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଖବର ମୁତାବକ, କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିପାରନ୍ତି । ଏହାଫଳରେ ପେନସଧାରୀଙ୍କୁ ମଧ୍ୟ ଆଶ୍ୱସ୍ତି ମିଳିବ । ପୂର୍ବ ପ୍ୟାଟର୍ଣ୍ଣ ମୁତାବକ, ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ମହଙ୍ଗା ଭତ୍ତାର ଘୋଷଣା ସେପ୍ଟେମ୍ବର ବା ଅକ୍ଟୋବର ମାସରେ କରିଆସିଛନ୍ତି । ତେଣୁ ଚଳିତ ବର୍ଷ କେନ୍ଦ୍ର କେବେ ଡିଏ ବୃଦ୍ଧି କରିବେ ସେନେଇ ସମସ୍ତେ ଚାହିଁ ରହିଛନ୍ତି । ୭ମ ବେତନ ଆୟୋଗଙ୍କ ସୁପାରିଶ ଆଧାରରେ କେନ୍ଦ୍ର ସରକାର ବର୍ଷକୁ ଦୁଇଥର ଡିଏ ବୃଦ୍ଧି କରିଥାନ୍ତି । ପ୍ରତି ଛଅ ମାସରେ ଥରେ ଏହା ବୃଦ୍ଧି ଘୋଷଣା କରାଯାଇଥାଏ ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଜାନୁଆରୀ ଠାରୁ ଜୁନ ପର୍ଯ୍ୟନ୍ତ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ । ମହଙ୍ଗା ଭତ୍ତା (ଡିଏ) ଓ ଡିଆରକୁ ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏହି ବୃଦ୍ଧି ଫଳରେ କେନ୍ଦ୍ର କର୍ମଚାରୀଙ୍କର ମୋଟ ଡିଏ ୫୦ ପ୍ରତିଶତରେ ପହଞ୍ଚି ଯାଇଥିଲା । କର୍ମଚାରୀ ଓ ପେନସନଧାରୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଥିଲା । ଡିଏ ୫୦ ପ୍ରତିଶତରେ ପହଞ୍ଚିବା ପରେ କର୍ମଚାରୀଙ୍କ ବେତନ ଷ୍ଟ୍ରକଚରରେ ପରିବର୍ତ୍ତନ ହୋଇଥିଲା । ଘର ଭଡ଼ା ଭତ୍ତା (ଏଚଆରଏ)ରେ ମଧ୍ୟ ବୃଦ୍ଧି ଘଟିଥିଲା ।

Get real time updates directly on you device, subscribe now.