fbpx

ବୃହସ୍ପତିଙ୍କ ‘ଗ୍ରେଟ୍ ରେଡ୍ ସ୍ପଟ୍’ର ଫଟୋ ଛାଡ଼ିଲା ନାସା; ୧୯୭୯ମସିହାରେ ଶେଷ ଥର ଆସିଥିଲା…

ନୂଆଦିଲ୍ଲୀ: ଆମେରିକୀୟ ମହାକାଶ ଏଜେନ୍ସି ନାସା ବୃହସ୍ପତିଙ୍କ ଉପରେ ‘ଗ୍ରେଟ୍ ରେଡ୍ ସ୍ପଟ୍’ର ଏକ ଫଟୋ ଜାରି କରିଛି। ଏହି ଗ୍ରେଟ୍ ରେଡ୍ ସ୍ପଟ୍ ର ଫଟୋ ନାସାର ମହାକାଶଯାନ ଜୁନୋ ନେଇଥିଲା। ଗ୍ରେଟ୍ ରେଡ୍ ସ୍ପଟ୍ ହେଉଛି ପୃଥିବୀଠାରୁ ଦୁଇଗୁଣ ଆକାରର ଏବଂ ୩୫୦ ବର୍ଷରୁ ଅଧିକ ସମୟ ଧରି ରହିଛି ।

ଏଜେନ୍ସି ନାସାର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଲେଖିଛି, ଆମର ମହାକାଶଯାନ ଜୁନୋ ପ୍ରାୟ ୮,୬୪୮ ମାଇଲ (୧୩,୯୧୭ କିଲୋମିଟର) ଦୂରରୁ ବୃହସ୍ପତିର ଗ୍ରେଟ୍ ରେଡ୍ ସ୍ପଟ୍ର ଏହି ଫଟୋ ଉଠାଇଛି। ନାସା କହିଛି ଯେ ଗ୍ରେଟ୍ ରେଡ୍ ସ୍ପଟ୍ ର ଆକାର ହ୍ରାସ ପାଉଛି, ଏହାର ମୋଟ ଲମ୍ୱର ଏକ-ଅଷ୍ଟମ ଏବଂ ପ୍ରସ୍ଥର ଏକ ତୃତୀୟାଂଶକୁ ହ୍ରାସ ପାଉଛି।

 

View this post on Instagram

 

A post shared by NASA (@nasa)

ଶେଷ ଥର ପାଇଁ ୧୯୭୯ମସିହାରେ ଭୋଏଜର ମହାକାଶଯାନ ଦ୍ୱାରା ଗ୍ରେଟ୍ ରେଡ୍ ସ୍ପଟ୍ ର ଆକାର ମାପ କରାଯାଇଥିଲା। ଏହାପରେ ଏବେ ଏହାର ଆକାର ଜଣାପଡିଛି । ନାସା ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ବୃହସ୍ପତିଙ୍କ ମଝିରେ ଥିବା ଗ୍ରେଟ୍ ରେଡ୍ ସ୍ପଟ୍ ଲାଲ୍, ବାଦାମୀ ଓ କମଳା ରଙ୍ଗରେ ଦେଖିବାକୁ ମିଳିଛି। ଯାହା ଅତ୍ୟନ୍ତ ମନଲୋଭା ଦେଖାଯାଉଛି ।

 

Get real time updates directly on you device, subscribe now.