fbpx

NCERT ପକ୍ଷରୁ ବିଜ୍ଞପ୍ତି: ଆସିଷ୍ଟାଣ୍ଟ ଏଡିଟର, ପ୍ରୁଫ ରିଡର ଓ DTP ଅପରେଟର ପଦ ଖାଲି

ନୂଆଦିଲ୍ଲୀ: ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଜାତୀୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏନସିଇଆରଟି) ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୋଗ୍ୟ ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ଏଡିଟର, ପ୍ରୁଫ ରିଡର ଓ ଡିଟିପି ଅପରେଟର ପଦରେ ନିଯୁକ୍ତି ଦିଆଯିବ । ୱାକ-ଇନ ରେଜିଷ୍ଟ୍ରେସନ ଓ ଡକ୍ୟୁମେଣ୍ଟ ସ୍କ୍ରିନିଂ ପ୍ରକ୍ରିୟା ମାଧ୍ୟମରେ ଦକ୍ଷତା ଟେଷ୍ଟ କରାଯାଇ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଆସିଷ୍ଟାଣ୍ଟ ଏଡିଟର ପଦ ପାଇଁ ପ୍ରାର୍ଥୀ ଯେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିବା ସହିତ ପୁସ୍ତକ ପ୍ରକାଶନ / ଗଣଯୋଗାଯୋଗ / ସାମ୍ବାଦିକତାରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା କରିଥିବେ । ପ୍ରାର୍ଥୀଙ୍କର ଅତିକମରେ ୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ପ୍ରାର୍ଥୀଙ୍କ ମାସିକ ୮୦ ହଜାର ଟଙ୍କାର ବେତନ ପ୍ରଦାନ କରାଯିବ । ପ୍ରୁଫ ରିଡର ପାଇଁ ପ୍ରାର୍ଥୀ ଇଂରାଜୀ / ହିନ୍ଦି/ ଉର୍ଦୁରେ ବ୍ୟାଚେଲର ଡିଗ୍ରୀ ପାସ୍ କରିଥିବେ । ପ୍ରାର୍ଥୀଙ୍କର ପ୍ରୁଫ ରିଡିଂରେ ଅତିକମରେ ୧ ବର୍ଷର ଅଭିଜ୍ଞତା ରହିଥିବ । ପ୍ରାର୍ଥୀ ଟାଇପୋଗ୍ରାଫି ଜାଣିଥିବେ । ପ୍ରାର୍ଥୀଙ୍କୁ ମାସିକ ୩୭ ହଜାର ଟଙ୍କା ବେତନ ପ୍ରଦାନ କରାଯିବ । ସେହିପରି ଡିଟିପି ଅପରେଟର ପଦ ପାଇଁ ପ୍ରାର୍ଥୀ ଯେ କୌଣସି ବିଷୟରେ ସ୍ନାତକ ପାସ କରିବା ସହିତ ୧ ବର୍ଷିଆ ଡିପ୍ଲୋମା / ସାର୍ଟିଫିକେଟ କୋର୍ସ କରିଥିବେ । ପ୍ରାର୍ଥୀଙ୍କର ଅତିକମରେ ଯେ କୌଣସି ପ୍ରକାଶସନ ସଂସ୍ଥାରେ ୩ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଆବଶ୍ୟକ । ପ୍ରାର୍ଥୀ ହିନ୍ଦି ଓ ଇଂରାଜୀରେ ଟାଇପିଂ ଜାଣିଥିବେ । ପ୍ରାର୍ଥୀଙ୍କୁ ମାସିକ ୫୦ ହଜାର ଟଙ୍କା ବେତନ ପ୍ରଦାନ କରାଯିବ ।

ନୋଟିଫିକେସନ ଲିଙ୍କ: https://ncert.nic.in/pdf/announcement/vacancies/nonacademicvacancy/PD-AE_PR_DTP_Contract_Basis2706.pdf

Get real time updates directly on you device, subscribe now.