ନୂଆଦିଲ୍ଲୀ: ସାରା ଦେଶରେ ଲକ୍ଷାଧିକ CA ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସିଖବର । ଆସନ୍ତା ୧ ଜୁଲାଇରେ CA ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ନୂଆ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ତେବେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ CA ପାଠ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନାକୁ ଅନୁମୋଦନ କରିଛନ୍ତି ।
CA ଅନୁଷ୍ଠାନର ୭୫ ତମ ବାର୍ଷିକୀ ପାଳନ ଉତ୍ସବରେ ଏହି ଯୋଜନାକୁ ଅନୁମୋଦନ କରାଯାଇଛି । କୁହାଯାଉଛି ଯେ, ଏହି ଯୋଜନା କାର୍ଯ୍ୟକାରୀ ହେବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ ଏବଂ ଏହି ପରିବର୍ତ୍ତନଗୁଡିକ ଅଧୀନରେ CA ଆର୍ଟିକିଲ୍ ପ୍ରୋଗ୍ରାମର ଅବଧି ମଧ୍ୟ ହ୍ରାସ କରାଯିବ ।
୧ ଜୁଲାଇ ୨୦୨୩ ରୁ କାର୍ଯ୍ୟକାରୀ ହେବ :-
ଇନ୍ଦୋରରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଷ୍ଟୁଟେଣ୍ଟ ମେଣ୍ଟର ସିଏ ସାର୍ଥକ ଜୈନ ଏହି ବିଷୟରେ ସୂଚନା ଦେଇଛନ୍ତି । ସିଏ ସାର୍ଥକ ଜୈନ କହିଛନ୍ତି ଯେ, ଜୁନ୍ ୨୩ ରେ ଇନଷ୍ଟିଚ୍ୟୁଟ୍ ଅଫ୍ ଚାର୍ଟାର୍ଡ ଆକାଉଣ୍ଟସ୍ ଅଫ୍ ଇଣ୍ଡିଆ ଯଥା ଆଇସିଏଆଇ ତାଙ୍କୁ ସୂଚନା ଦେଇଛି ଯେ, ସମସ୍ତ ହିତାଧିକାରୀଙ୍କଠାରୁ ପ୍ରାପ୍ତ ଇନପୁଟ ଆଧାରରେ ବିଚାର କରାଯାଇଛି ଓ ଏହାପରେ ସିଏ ଏଜୁକେସନ ଓ ଟ୍ରେନିଂର ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି ଯୋଜନା ପ୍ରସ୍ତୁତ କରିବାବେଳେ ଆନ୍ତର୍ଜାତୀୟ ଶିକ୍ଷା ମାନକ ଏବଂ ଜାତୀୟ ଶିକ୍ଷା ନୀତି ମଧ୍ୟ ପାଳନ କରାଯାଇଛି । ଅର୍ଥାତ୍ ନୂଆ ଶିକ୍ଷା ନୀତି ଅନୁଯାୟୀ, ଏହି ଯୋଜନା ବର୍ତ୍ତମାନ ୧ ଜୁଲାଇ ୨୦୨୩ ରୁ କାର୍ଯ୍ୟକାରୀ ହେବ ।
ନୂଆ ପାଠ୍ୟକ୍ରମର ପ୍ରଥମ ପରୀକ୍ଷା ମେ ୨୦୨୪ ରେ ଅନୁଷ୍ଠିତ ହେବ । ୨୦୧୭ ମସିହାରେ ଯେତେବେଳେ ପାଠ୍ୟକ୍ରମରେ କିଛି ପରିବର୍ତ୍ତନ କରାଯାଇଥିଲା, ସେତେବେଳେ ପିଲାମାନଙ୍କ ପାଖରେ ପୁରୁଣା ଓ ନୂଆ ପାଠ୍ୟକ୍ରମ ବାଛିବା ପାଇଁ ବିକଳ୍ପ ଥିଲା । ୩ ବର୍ଷ ପର୍ଯ୍ୟନ୍ତ ପିଲାମାନେ ପୁରୁଣା କିମ୍ବା ନଆ ପାଠ୍ୟକ୍ରମ ବାଛିପାରିବେ କିନ୍ତୁ ଏଥର ଏହି ବିକଳ୍ପକୁ ହଟାଇ ଦିଆଯାଇଛି । ଯଦି ନଭେମ୍ବର ୨୦୨୩ ସୁଦ୍ଧା ପିଲାମାନେ ସିଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୁଅନ୍ତି, ତେବେ ସେମାନଙ୍କୁ କେବଳ ନୂଆ ପାଠ୍ୟକ୍ରମରେ ପରବର୍ତ୍ତୀ ପରୀକ୍ଷା ଦେବାକୁ ପଡିବ ।