fbpx

କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କଲେ ନୂଆ ମୁଖ୍ୟମନ୍ତ୍ରୀ: କେଉଁ ମନ୍ତ୍ରୀଙ୍କୁ ମିଳିଲା କେଉଁ ଦାୟିତ୍ୱ, ଆସିଲା ଲିଷ୍ଟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନରେ ବହୁମତ ହାସଲ କରିବା ପରେ ବିଜେପି ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଶପଥ ଗ୍ରହଣ କରିଥିବା ବେଳେ ୮ ଜଣ କ୍ୟାବିନେଟ ମନ୍ତ୍ରୀ ଓ ୫ ଜଣ ସ୍ୱାଧୀନ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଆଉ ୬ଟି ମନ୍ତ୍ରୀ ପଦ ବାକି ରହିଥିଲା । ତେବେ ଏହା ମଧ୍ୟରେ ଆଜି ନୂଆ ସରକାରର ମନ୍ତ୍ରୀମାନଙ୍କର ବିଭାଗ ବଣ୍ଟନ କରାଯାଇଛି । ବିଭିନ୍ନ ମନ୍ତ୍ରୀଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ରଘୁବର ଦାସ ମନ୍ତ୍ରୀମାନଙ୍କୁ ବିଭିନ୍ନ ବିଭାଗର ଦାୟିତ୍ୱ ବଣ୍ଟନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ପାଖରେ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ଜଳ ସମ୍ପର୍କ, ପ୍ଲାନିଂ ଓ କନଭରଜେନ୍ସ ଆଦି ବିଭାଗ ରଖିଛନ୍ତି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଶକ୍ତି ବିଭାଗ ମିଳିଛି । ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ମହିଳା ଓ ଶିଶୁ ବିଭାଗ, ମିଶନ ଶକ୍ତି ଓ ପର୍ଯ୍ୟଯନ ବିଭାଗ ଦାୟିତ୍ୱ ଦିଆଯାଇଛି ।

କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ସୁରେଶ ପୂଜାରୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା, ରବି ନାରାୟଣ ନାଏକଙ୍କୁ ଗ୍ରାମ୍ୟ ବିକାଶ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ନିତ୍ୟାନନ୍ଦ ଗୋଣ୍ଡଙ୍କୁ ସ୍କୁଲ ଓ ଗଣଶିକ୍ଷା, ଏସଟି ଓ ଏସଟି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ଶ୍ରେଶୀ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, କୃଷ୍ଣ ଚନ୍ଦ୍ର ପାତ୍ରଙ୍କୁ ଖାଦ୍ୟ ଯୋଗାଣ ଓ ଗ୍ରାହକ କଲ୍ୟାଣ, ସାଇନ୍ସ ଓ ଟେକ୍ନୋଲୋଜି, ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଆଇନ, କାର୍ଯ୍ୟ, ଅବକାରୀ, ମୁକେଶ ମହାଲିଙ୍ଗଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ଆଇଟି, ବିଭୂତି ଭୂଷଣ ଜେନାଙ୍କୁ ବାଣିଜ୍ୟ ଓ ପରିବହନ, କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ଓ ସହରୀ ବିକାଶ, ପବ୍ଲିକ ଏଣ୍ଟରପ୍ରାଇଜେସ ବିଭାଗ ଦିଆଯାଇଛି ।

ସେହିପରି ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ଗଣେଶ ରାମ ସିଙ୍ଗଖୁଣ୍ଟିଆଙ୍କୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ଶ୍ରମିକ ରାଜ୍ୟ ବୀମା, ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି, ପ୍ରଦୀପ ବଳ ସାମନ୍ତଙ୍କୁ ସମବାୟ, ହାଣ୍ଡଲୁମ୍ସ, ଟେକ୍ସଟାଇଲ୍ସ ଓ ହାଣ୍ଡିକ୍ରାଫ୍ଟସ, ଗୋକୁଳାନନ୍ଦ ମଲ୍ଲିକଙ୍କୁ ମତ୍ସ୍ୟୀ ଓ ପଶୁ ସମ୍ପଦ ବିକାଶ, ମାଇକ୍ରୋ, ସ୍ମଲ ଓ ମିଡିୟମ ଏଣ୍ଟରପ୍ରାଇଜେସ, ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.