fbpx

ଦେଶରେ ଆସନ୍ତା ଜୁଲାଇ ପହିଲାରୁ ଲାଗୁ ହେବ ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଆଇନ୍‍ ୨୦୨୩

Advertisement

ନୂଆଦିଲ୍ଲୀ : ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ୩ ନୂଆ ଆଇନ୍‍ ଆଣିଛନ୍ତି । ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଗତ ଡିସେମ୍ବର ୨୫ ତାରିଖରେ ଏହି ନ ନୂଆ ଆଇନ୍‍ ଭାରତ ସରକାରଙ୍କ ରାଜପତ୍ରରେ ପ୍ରକାଶ ପାଇଛି । ଆସନ୍ତା ମାସ ପହିଲାରୁ ଦେଶରେ ଏହି ୩ ନୂଆ ଅପରାଧ ଆଇନ ଲାଗୁ ହେବ ।

୧୮୬୦ ମସିହାରୁ ପ୍ରଚଳିତ ହୋଇ ଆସୁଥିବା ଭାରତୀୟ ଦଣ୍ଡବିଧାନ ଆଇନ (ଆଇପିସି), ଅପରାଧିକ ଦଣ୍ଡ ସଂହିତା (ସିଆରପିସି) ୧୯୭୩ ଏବଂ ଭାରତୀୟ ପ୍ରମାଣ ଆଇନ୍‍ ୧୮୭୨କୁ ପରିବର୍ତ୍ତନ କରାଯାଇଛି । ଏଗୁଡ଼ିକ ସ୍ଥାନରେ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ-୨୦୧୩ (ବିଏସ୍‍ଏ) ଲାଗୁ ହେବ ।

ତେବେ ନୂଆ ଆଇନ୍‍ ଓ ପୁରୁଣା ଆଇନ୍‍ ମଧ୍‍ ୟରେ ଅନେକ ଫରକ ରହିଛି । ପୁରୁଣା ଆଇନର ନିୟମରେ ଅପରାଧକୁ ଗୁରୁତ୍ୱ ଦିଆଯାଉଥିଲା । ହେଲେ ନୂଆ ଆଇନ ବ୍ୟବସ୍ଥାରେ ନ୍ୟାୟକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ମାନବାଧିକାର ଓ ତଦନ୍ତରେ କିଭଳି ଆଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯିବ, ଆବଶ୍ୟକ ସମୟରେ କିପରି ଅଧିକ ଶକ୍ତି ବିନିଯୋଗ କରାଯିବ, ନୂଆ ଆଇନ୍‍ରେ ସେ ସବୁର ବ୍ୟବସ୍ଥା ରହିଛି ।

Get real time updates directly on you device, subscribe now.