ନୂଆ ରାସନ କାର୍ଡ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ, ସରକାରଙ୍କ ବଡ଼ ଘୋଷଣା
ନୂଆ ରାସନ କାର୍ଡ ବଣ୍ଟନ ପାଇଁ ସରକାରଙ୍କ ଘୋଷଣା
ଭୁବନେଶ୍ୱର: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ । ଏହି ନୂଆ ରାସନ କାର୍ଡ ବଣ୍ଟନ ପାଇଁ ଘୋଷଣା କଲେ ସରକାର । ହିତାଧିକାରୀଙ୍କୁ ମିଳିବ ରଙ୍ଗୀନ ରାସନ କାର୍ଡ । ବିଡିଓ, ମ୍ୟୁନିସିପାଲ୍ କମିଶନର ଇସ୍ୟୁ କରିବେ କାର୍ଡ ।
୨୦ ଏପ୍ରିଲ ସୁଦ୍ଧା ନୂଆ ରାସନ କାର୍ଡ ପ୍ରସ୍ତୁତ କରାଯିବ । ବ୍ଲକ ଓ ୟୁଏଲବି ଅଧିକାରୀଙ୍କୁ କାର୍ଡ ବଣ୍ଟନ ବିଡିଓ ଓ ମୁନିସିପାଲ କମିଶନର । ଯାଂଚ ପରେ ନୂଆ ସଦସ୍ୟଙ୍କୁ ସାମିଲ କରାଯାଇପାରିବ । ଏ ନେଇ ଖାଦ୍ୟ ଯୋଗାଭ ଓ ଖାଉଟି କଲ୍ୟାଣ ବିଭାଗର ସୂଚନା ରହିଛି ।
ଏପ୍ରିଲ 6 ତାରିଖରେ ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କର ସମୟସୀମାକୁ ବୃଦ୍ଧି କରାଯାଇଥିଲା। କେନ୍ଦ୍ରୀୟ ଖାଦ୍ୟ, ସୁରକ୍ଷା ବିଭାଗ ଏକ ଅଧିସୂଚନାରେ କହିଥିଲେ ଯେ, ଏବେ ଜୁନ ୩୦ ଯାଏଁ ରାସନକାର୍ଡ ସହ ଆଧାର ଲିଙ୍କ କରାଯାଇପାରିବ ।
ଧାର୍ଯ୍ୟ ସମୟସୀମା ମଧ୍ୟରେ ଆପଣମାନେ ରାସନରେ ଆଧାର ଲିଙ୍କ କରିପାରିବେ। ଆଉ ସରକାରୀ ସୁବିଧାରୁ ବଞ୍ଚିତ ହେବେନି। ଉପଭୋକ୍ତାଙ୍କୁ ଏବେ ରାସନକାର୍ଡରେ ଆଧାର ଲିଙ୍କ କରିବା ପାଇଁ ୩ ମାସର ସମୟ ଦିଆଯାଇଛି।
ପୂର୍ବରୁ ମାର୍ଚ୍ଚ ୩୧ ଯାଏଁ ରାସନ କାର୍ଡରେ ଆଧାର ଲିଙ୍କର ଡେଡ ଲାଇନ୍ ରହିଥିଲା। ଆଉ ଏହି ସମୟସୀମା ସରିଯିବା କାରଣରୁ ଅନେକ ଲୋକ ଚିନ୍ତାରେ ଥିଲେ। ଯେଉଁମାନେ ଏହି ସମୟସୀମା ମଧ୍ୟରେ ଆଧାର ଲିଙ୍କ କରିନଥିଲେ ସେମାନେ ଚିନ୍ତାରେ ପଡିଯାଇଥିଲେ।
ଯେଉଁମାନେ ଆଧାର ଲିଙ୍କ କରିନଥିଲେ ସେମାନଙ୍କ ମୁଣ୍ଡରେ ଗୋଟିଏ ଚିନ୍ତା ଚାଲିଥିଲା କି ସେମାନଙ୍କ ରାସନ କାର୍ଡ କଟିଯିବ। ଏବଂ ସେମାନେ ଆଉ ରାସନ ପାଇପାରିବେ ନାହିଁ। ହେଲେ କେନ୍ଦ୍ର ସରକାର ଏବେ ସେମାନଙ୍କୁ ଆଶ୍ୱସ୍ତ କରିଛନ୍ତି।
ମାର୍ଚ୍ଚ ୩୧ ତାରିଖ ଯାଏଁ ରାସନ କାର୍ଡରେ ଇକେଓ୍ୱାଇସି ଅପଡେଟ୍ ପାଇଁ ଡେଡଲାଇନ ରହିଥିଲା। ଏହାପରେ ରାଷ୍ଟ୍ରିୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ କାର୍ଡରେ ଥିବା ସମସ୍ତ ବ୍ୟକ୍ତିଙ୍କ ଇକେଓ୍ୱାଇସି କରାଇବା ବଧ୍ୟତାମୂଳକ ରହିଥିଲା।
ତେଣୁ ଏହାକୁ ଆଖିଆଗରେ ରଖି ଏହି ଡେଡ୍ ଲାଇନକୁ ଜୁନ୍ ୩୦ ଯାଏଁ ବଢାଇଦିଆଯାଇଛି। କୁହାଯାଇଛି କି, ଯଦି ଜୁନ ୩୦ ଯାଏଁ ରାସନରେ ଥିବା ସଦସ୍ୟଙ୍କ ଇକେଓ୍ୱାଇସି ବା ଆଧାର ଲିଙ୍କ ହୋଇନାହିଁ। ତେବେ ରାସନରେ ତାଙ୍କ ନାଁକୁ କାଟି ଦିଆଯିବ।