Breaking: ନୂଆ ବର୍ଷରେ CM ମୋହନ ମାଝୀଙ୍କ ବାର୍ତ୍ତା: ସମୃଦ୍ଧ ଏବଂ ବିକଶିତ ଓଡ଼ିଶା ଗଠନରେ ଯୋଗଦେବା ପାଇଁ ସଂକଳ୍ପବଦ୍ଧ ହେବା
ଇଂରାଜୀ ନବବର୍ଷର ଶୁଭେଚ୍ଛା ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୫ ଦେଶବସୀଙ୍କ ପାଇଁ ନୂଆ ସୁଯୋଗ, ସଫଳତା ଆଣୁ କହିଲେ ମୋଦି ।
ଭୁବନେଶ୍ୱର: ନୂଆ ବର୍ଷ ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, ନବ ବର୍ଷ ଅବସରରେ ଓଡ଼ିଆ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା । ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ ।
ନୂଆ ବର୍ଷରେ ସଂକଳ୍ପ ନେଇ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ଯୋଗଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
ଅନ୍ୟପଟେ ନୂଆ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବବର୍ଷ ଦେଶବାସୀଙ୍କ ପାଇଁ ନୂଆ ସୁଯୋଗ, ସଫଳତା ଏବଂ ଅସରନ୍ତି ଖୁସି ଆଣୁ ବୋଲି ମୋଦି କହିଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଇଂରାଜୀ ନବ ବର୍ଷର ଶୁଭେଚ୍ଛା ଦେଇ ଏକ୍ସରେ ଏକ ପୋଷ୍ଟ ଶେୟାର କରିଛନ୍ତି । ଯେଉିଁଥିରେ ସାରା ଭାରତବାସୀଙ୍କୁ ନୂଆ ବର୍ଷର ଶୁଭକାମନା କୟଜଣାଇଛନ୍ତି ।
ଭାରତର ଭବିଷ୍ୟତକୁ ଆହୁରି ମଜଭୁତ କରିବା ପାଇଁ ଏକାଠି ହୋଇ ସଂକଳ୍ପବଦ୍ଧ ହେବା ଏବଂ ଦେଶ ବିକାଶ ଦିଗରେ କାର୍ଯ୍ୟ କରିବା ବୋଲି ରାଷ୍ଟ୍ରପତି କହିଛନ୍ତି ।