fbpx

ଉଲରୁ ତିଆରି ୱାଟରପ୍ରୁଫ୍ ଜୋତା: ମୂଲ୍ୟ ମାତ୍ର ୩୦୦, ଜାଣନ୍ତୁ କେମିତି ପାଇପାରିବେ

Advertisement

ନୂଆଦିଲ୍ଳୀ:ଗାଁ ଗହଳିର ସାଧାରଣ ଲୋକଟିଏ ଗମ୍ ବୁଟ୍ ବିଷୟରେ ଧାରଣା ରଖ୍ଖଥ୍ଖବେ । ଏହି ଜୋତା ଚାଷୀଙ୍କ ବ୍ୟବହାର ଉପଯୋଗୀ ଥାଏ। ଅଧ୍ଖକ ମୂଲ୍ୟ ଯୋଗୁଁ ଅନେକ ଚାଷୀ ଏହାକୁ କିଣିବାରୁ ବଞ୍ଚ୍ଖତ ରୁହନ୍ତି। ହେଲେ ଏହାକୁ ଲକ୍ଷ୍ୟ ରଖ୍ଖ ଚାଷୀଙ୍କ ଉନ୍ନତି ପାଇଁ ଆଗେଇ ଆସିଛନ୍ତି ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଡିଜାଇନରର ତିନି ଜଣ ଛାତ୍ର। ଗରିବ ଚାଷୀଙ୍କୁ କିପରି ଶସ୍ତା ଗମ୍ ବୁଟ ମିଳିପାରିବ ସେଥ୍ଖପାଇଁ ଉଲ୍ରୁ ପ୍ରସ୍ତୁତ କରିଛନ୍ତି ଶସ୍ତା ୱାଟର ପ୍ରଫୁ୍‌ ଜୋତା। ନକୁଲ ଲାଥାର, ବିଦ୍ୟାଧର ଭଣ୍ଡାରେ ଓ ସନ୍ତୋଷ କୋଚେରଲାକୋତ ଆଇଏନଡିରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଚାଷୀଙ୍କ ଉନ୍ନତି ପାଇଁ କାମ କରିବା ଆରମ୍ଭ କରିଥିଲେ।

ପୂର୍ବରୁ ତିନିଜଣ ମହାରାଷ୍ଟ୍ରର ୱାଠାର ଏବଂ ଲାଟୁରରେ ଜୀବନ ଯାପନ କରୁଥ୍ଖଲେ । ସେଠାରେ ସେମାନେ ଅଧ୍ଖକାଂଶ ସମୟ ଚାଷୀଙ୍କ ସହିତ ବିତାଇବାବେଳେ ଚାଷୀଙ୍କ ପ୍ରକୃତ ସମସ୍ୟା ଉପରେ ଅବଗତ ହୋଇଥ୍ଖଲେ। ଏହାକୁ ଦୂର କରିବାକୁ ‘ଆର୍ଥେନ୍‌ ଟ୍ୟୁନ୍‌’ ନାମକ ଏକ ଷ୍ଟାର୍ଟ ଅପ୍ ଆରମ୍ଭ କଲେ ଏହି ତିନି ଯୁବକ। ଗମ୍‌ବୁଟ୍‌ ବିକଳ୍ପ ଭାବରେ ସେମାନେ ଭିନ୍ନ ଭିନ୍ନ ଫାଇବର ବ୍ୟବହାର କରି ଜୋତା ତିଆରି କରିବାକୁ ପ୍ରୟାସ କରିଥିଲେ। ଅନେକ ଥର ଏହି କାର୍ୟ୍ୟରେ ବିଫଳ ହେବା ପରେ ଶେଷରେ ଉଲର ବ୍ୟବହାର କରି ଜୋତା ତିଆରିରେ ସଫଳତା ପାଇଛନ୍ତି ଏହି ଯୁବକମାନେ। ଆଇଆଇଟି ମାଡ୍ରାସରେ ଜୋତା ପରୀକ୍ଷା କରାଯାଇଥିଲା।

ଏହି ଜୋତା ଜଳ ନିରୋଧୀ ରହିଥିବା ବେଳେ ଏହାର ମୂଲ୍ୟ ମଧ୍ୟ ବେଶ୍ ଶସ୍ତା ରହିଛି। ହଳେ ଜୋତାର ମୂଲ୍ୟ ୩୦୦ ଟଙ୍କା ରହିଥିବା ବେଳେ ଚାଷୀଙ୍କୁ ରିହାତି ମଧ୍ୟ ଦିଆଯାଉଛି। ଏହି ଜୋତା ପିନ୍ଧିବା ଦ୍ଵାରା ପାଦ ଓଦା ହୋଇ ନଥାଏ ଏଵଂ ସାପ କାମୁଡ଼ା ପରି ଆଶଙ୍କା ମଧ୍ୟ କମି ଯାଇଥାଏ। ଏପରିକି ଓଦାଳିଆ ଜମିରେ ଦୀର୍ଘ ସମୟ କାର୍ୟ୍ୟ ଯୋଗୁଁ ଚାଷୀଙ୍କ ପାଦରେ ଯେଉଁ ଚର୍ମ ସମସ୍ୟା ଦେଖାଦିଏ ଏହି ଜୋତା ସେଥ୍ଖରୁ ମଧ୍ୟ ସୁରକ୍ଷାହେବାର କ୍ଷମତା ରଖ୍ଖଛି। ଆଗାମୀ ଦିନରେ ୧୦୦୦ ଚାଷୀଙ୍କୁ ଏହି ଜୋତା ଯୋଗାଇବାର ଲକ୍ଷ୍ୟ ରଖିଛନ୍ତି ଏହି ଯୁବକ ତ୍ରୟ।

Get real time updates directly on you device, subscribe now.