ଓଡ଼ିଶାରେ ବୃହତ୍ ନିଯୁକ୍ତି: ୯୦୦୦ ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ତରଫରୁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ୩୫୦୦ରୁ ଅଧିକ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯିବ । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଲିଭ୍ ଟ୍ରେନିଂ ରିଜର୍ଭ (ଏଲଟିଆର) ଶିକ୍ଷକ, ଗ୍ରାମ ରୋଜଗାର ସେବକ (ଜିଆରଏସ), ଏସଡିପିଆରଓ, ପୋଲିସ କନଷ୍ଟେବଳ / ସିପାହୀ, କନିଷ୍ଠ କିରାଣୀ, ପୋଲିସ ଡ୍ରାଇଭର ଆଦି ପଦ ପୂରଣ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ ।

ରାଜ୍ୟ ସରକାରଙ୍କ ତରଫରୁ ୬୦୨୫ଟି ଏଲଟିଆର ଶିକ୍ଷକ ପଦ ପୂରଣ ହେବ । ସେହିପରି ଭଦ୍ରକ ଜିଲ୍ଲାରେ ୧୪୬ଟି ଗ୍ରାମ ରୋଜଗାର (ଜିଆରଏସ) ପଦ ଖାଲି ରହିଥିବା ବେଳେ ଏହାର ଆବେଦନ ତାରିଖ ନଭେମ୍ବର ୧୧ ତାରିଖ ରହିଛି । ସେହିପରି କନ୍ଧମାଳ ଜିଲ୍ଲାରେ ୧୨୫ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଅନ୍ତିମ ତାରିଖ ଅକ୍ଟୋବର ୨୪ ରହିଛି । ଅନୁଗୁଳରେ ୧୪୪ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ନଭେମ୍ବର ୧୧ ଆବେଦନର ଅନ୍ତିମ ତାରିଖ ରହିଛି । ପୁରୀରେ ୧୮୨ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଅକ୍ଟୋବର ୨୩ ଆବେଦନର ଅନ୍ତିମ ତାରିଖ ରହିଛି । ମୟୁରଭଞ୍ଜରେ ୩୫୫ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୨୧ ରହିଛି । ସମ୍ବଲପୁରରେ ୧୦୧ଟି ଜିଆରଏସ ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୨୧ ରହିଛି । ସେହିପରି ନବରଙ୍ଗପୁରରେ ୧୫୬ଟି, ସୁବର୍ଣ୍ଣପୁରରେ ୬୩ଟି, ସୁନ୍ଦରଗଡ଼ରେ ୨୬୧ଟି ଜିଆରଏସ ପଦ ଖାଲି ଅଛି ।

ଏଥିସହିତ ଓଡ଼ିଶାରେ ପୋଲିସର ୪୦୫ଟି ଡ୍ରାଇଭର ପଦ ଖାଲି ରହିଥିବା ବେଳେ ଆବେଦନର ଶେଷ ତାରିଖ ଅକ୍ଟୋବର ୩୧ ରହିଛି । ଓଡ଼ିଶା ଲୋକସେବା ବିଭାଗ ପକ୍ଷରୁ ୩୯ଟି ଏସଡିଆଇପିଆରଓ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅକ୍ଟୋବର ୩୦ ପୂର୍ବରୁ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଓଡ଼ିଶା ପୋଲିସରେ ୧୩୬୦ଟି ସିପାହୀ / କନଷ୍ଟେବଳ ପଦ ଖାଲି ରହିଛି । ପ୍ରାର୍ଥୀମାନେ ବିଭିନ୍ନ ଜିଲ୍ଲାର ଅଫିସିଆଲ ୱେବସାଇଟ, ଓଡ଼ିଶା ପୋଲିସର ୱେବସାଇଟକୁ ଯାଇ ନୋଟିଫିକେସନ ଲିଙ୍କ ପାଇ ପାରିବେ ।

Get real time updates directly on you device, subscribe now.