fbpx

ସ୍ୱଦେଶୀ ହିନ୍ଦୁ ଧର୍ମକୁ ପୁନର୍ଜିବିତ କରିବା ପାଇଁ ନିତ୍ୟାନନ୍ଦ ନିର୍ଯାତିତ ହେଉଥିଲେ: UN ସମ୍ମିଳନୀରେ KAILASA ପ୍ରତିନିଧି

ନୂଆଦିଲ୍ଲୀ: ବିବାଦୀୟ ଗଡମ୍ୟାନ ନିତ୍ୟାନନ୍ଦଙ୍କର ଅନେକ ଆଶ୍ରମ ସାରା ଦେଶରେ ରହିଛି । ନିତ୍ୟାନନ୍ଦ ବିଭିନ୍ନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ରହିଛନ୍ତି । ତେବେ ନିକଟରେ ନିତ୍ୟାନନ୍ଦଙ୍କୁ ମିଳିତ ଜାତିସଂଘର ଏକ ବୈଠକରେ ଖୁବ୍ ପ୍ରଶଂସା କରାଯାଇଥିବା ବେଳେ ଭାରତକୁ ନିନ୍ଦା କରାଯାଇଛି । ନିକଟରେ ନିତ୍ୟାନନ୍ଦଙ୍କ ସ୍ୱାରା ସ୍ଥାପିତ ରାଷ୍ଟ୍ର ‘କୈଳାସ’ର ଜଣେ ପ୍ରତିନିଧି ମିଳିତ ଜାତିସଂଘର ବୈଠକରେ ଯୋଗ ଦେଇଥିଲେ ।

ସୂଚନା ମୁତାବକ, ଗତ ୨୨ ତାରିଖରେ ମା ବିଜୟାପ୍ରିୟା ନିତ୍ୟାନନ୍ଦ ୧୯ତମ ୟୁଏନ ଅର୍ଥନୈତିକ, ସାମାଜିକ ଓ ସାଂସ୍କୃତିକ ଅଧିକାର (ସିଇଏସଆର) ବୈଠକରେ ‘ସଂଯୁକ୍ତ ରାଷ୍ଟ୍ର କୈଳାସ’ ତରଫରୁ ପ୍ରିତିନିଧିତ୍ୱ କରିଥିଲେ । ୭୩ ଅଧିବେଶନର ୧୯ତମ ମିଟିଂର ଭିଡିଓ ସିଇଏସଆର ଦ୍ୱାରା ଅପଲୋଡ୍ କରାଯାଇଥିଲା । ‘କୈଳାସ’ର ସ୍ଥାୟୀ ରାଷ୍ଟ୍ରଦୂତ ବିଜୟାପ୍ରିୟା ଉକ୍ତ ସେଥିରେ ଦେଖାଯାଇଥିଲେ । ତେବେ ଏହି ଅବସରରେ ନିତ୍ୟାନନ୍ଦଙ୍କୁ ହିନ୍ଦୁ ଧର୍ମର ସର୍ବୋଚ୍ଚ ପୂଜାରୀ ବୋଲି ଦାବି କରିଥିଲେ ବିଜୟାପ୍ରିୟା ।

ବିଜୟାପ୍ରିୟା କହିଥିଲେ, ନିତ୍ୟାନନ୍ଦ ସ୍ୱଦେଶୀ ହିନ୍ଦୁ ଧର୍ମକୁ ପୁନଜିର୍ବିତ କରିବା ପାଇଁ ନିର୍ଯାତିତ ହୋଇଥିଲେ । ଭାଷଣ ଦେବା ଅବସରରେ ବିଜୟାପ୍ରିୟା ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସଡିଜିଏସ) ଓ ହିନ୍ଦୁ ଧର୍ମ ମଧ୍ୟରେ ଏକ ଲିଙ୍କ ଉପରେ ବର୍ଣ୍ଣନା କରିଥିଲେ । ତାଙ୍କ ରାଷ୍ଟ୍ରର ପ୍ରତିଷ୍ଠାତା ନିତ୍ୟାନନ୍ଦ ନିର୍ଯାତିତ ହୋଇଥିବା ସେ କହିଥିଲେ । କୈଳାସ ହେଉଛି ହିନ୍ଦୁ ଧର୍ମର ପ୍ରଥମ ସାର୍ବଭୌମତ୍ୱ ଦେଶ, ଏହାକୁ ହିନ୍ଦୁ ଧର୍ମର ସର୍ବୋଚ୍ଚ ପୂଜାରୀ ନିତ୍ୟାନନ୍ଦ ପରମଶିବମ୍ ପ୍ରତିଷ୍ଠା କରିଥିଲେ । ନିତ୍ୟାନନ୍ଦ ଆଲୋକିତ ହିନ୍ଦୁ ସଭ୍ୟତା ଓ ଏହାର ୧୦ ହଜାର ପରମ୍ପରାକୁ ପୁନର୍ଜିବିତ କରିଥିବା ବିଜୟାପ୍ରିୟା କରିଥିଲେ ।

Get real time updates directly on you device, subscribe now.