ନୋରା ଫତେହି ‘ମଟକା’ ଫିଲ୍ମ ପାଇଁ ସୁଟ କଲେ ଦମଦାର ରେଟ୍ରୋ ଥୀମ ସଙ୍ଗ

ନୂଆଦିଲ୍ଲୀ: ନୋରା ଫତେହି ଆଜିକାଲି ନିଜର ଆସୁଥିବା ଫିଲ୍ମ ‘ମଟକା’ର ସୁଟିଙ୍ଗରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ବରୁଣ ତେଜଙ୍କ ସହ ନଜର ଆସିବେ । ନୋରା ଫତେହି ଫିଲ୍ମ ପାଇଁ ଏକ ଦମଦାର ରେଟ୍ରୋ ଥୀମ ସଙ୍ଗ ସୁଟ କରିଛନ୍ତି । ସୂଚନାନୁଯାୟୀ, ଏହି ଗୀତ ୭୦ ଦଶକର ଡିସ୍କୋ ସଂଗୀତରୁ ପ୍ରେରିତ ଅଟେ, ଏବଂ ନୋରା ଫତେହୀ ଏଥିରେ ଦମଦାର ଡ୍ୟାନ୍ସ କରିଛନ୍ତି । ଗୀତର ସୁଟିଂ ଆରଏଫସି ହାଇଦ୍ରାବାଦରେ ଏକ ସ୍ୱତନ୍ତ୍ର ସେଟରେ କରାଯାଇଥିଲା ଏବଂ ଏଥିରେ ନୋରା ଫତେହିଙ୍କୁ ରେଟ୍ରୋ ଲୁକରେ ମଧ୍ୟ ଦେଖିବାକୁ ମିଳିଛି ।

ଫିଲ୍ମ ମେକର୍ସ ଏହା ବି ଘୋଷଣା କରିଛନ୍ତି ଯେ, ମଟକାର ନୂଆ ସେଡ୍ୟୁଲରେ ଖୁବ ଚର୍ଚ୍ଚା ହେଉଛି । ଫିଲ୍ମରେ ବରୁଣ ତେଜ ଏପର୍ଯ୍ୟନ୍ତ ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକାରେ ଅଭିନୟ କରୁଛନ୍ତି, ଯେଉଁଥିପାଇଁ ତାଙ୍କୁ ଅନେକ ପ୍ରକାର ମେକଓଭରର ଆବଶ୍ୟକତା ରହିଛି, କାରଣ କାହାଣୀ ୧୯୫୮ରୁ ୧୯୮୨ ପର୍ଯ୍ୟନ୍ତ ୨୪ ବର୍ଷର ସଫର କରିଥାଏ ।

 

View this post on Instagram

 

A post shared by Nora Fatehi (@norafatehi)

Get real time updates directly on you device, subscribe now.