ସଂସଦକୁ ଆଗକୁ ବଢ଼ିବାକୁ ନଦେବା ହେଉଛି ସମ୍ବିଧାନ ଓ ଗଣତନ୍ତ୍ର ପ୍ରତି ଅପମାନ: ମୋଦୀ
ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ସମୟରେ ଲଗାତର ଭାବରେ ବିପକ୍ଷ ମାନଙ୍କ ହଟ୍ଟଗୋଳ କାରଣରୁ ଅଧିବେଶନ ପରିଚାଳନାରେ ବାଧା ସୃଷ୍ଟି ହେଉଛି । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପମାନଜନକ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ସଂସଦର କାର୍ଯ୍ୟରେ ବାଧାସୃଷ୍ଟି କରିବା ହେଉଛି ସମ୍ବିଧାନ ଓ ଗଣତନ୍ତ୍ରର ଅପମାନ । ସରକାର ଓ ପ୍ରତ୍ୟେକ ପାର୍ଟିର ସାଂସଦ ମାନଙ୍କୁ ସଂସଦରେ ଚାଲିଥିବା ସବୁ କାର୍ଯ୍ୟକୁ ସୂଚନାରୁପେ ପରିଚାଳନା କରିବା ଆବଶ୍ୟକ । ତେବେ ଆଜିର ବୈଠକ ଆରମ୍ଭ ହେବା ପୂର୍ବରୁ ବିଜେପି ସଂସଦୀୟ ବୈଠକରେ ଓବିସି ବର୍ଗର ପିଲାମାନଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଓ ଆର୍ଥିକ ସ୍ତରରେ ଦୁର୍ବଳ ପିଲାଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଦଳୀୟ କର୍ମୀ ମାନେ ଶୁଭେଚ୍ଛା ଜଣାଇଚନ୍ତି ।
ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ବି. ମୁରଲୀଧର କହିଛନ୍ତି ଯେ, ସଂସଦୀୟ ଦଳ ବୈଠକରେ ମୋଦୀ ଭଲ ଖବର ଦେଇ ଆଲୋଚନା ଆରମ୍ଭ କରିଥିଲେ । ଜିଏସଟି କଲେକ୍ସନ୍ ୧.୧୬ ଲକ୍ଷ ଟଙ୍କା ସଂଗ୍ରହ ହୋଇଛି । ଅନ୍ୟପଟେ ମୁରଲୀଧର କହିଥିଲେ ଯେ, ସଂସଦରେ ହଙ୍ଗାମା କରିବା ଏକ ପ୍ରକାର ଅପମାନଜନକ କଥା । ତେବେ ପ୍ରଧାନମନ୍ତ୍ରୀ ସଂସଦରେ ହେଉଥିବା ହଙ୍ଗାମା ବ୍ୟତୀତ ଇ-ରୁପି ସମ୍ପର୍କରେ ମଧ୍ୟ ସୁଚନା ଦେଇଥିଲେ । ଅନ୍ୟପକ୍ଷରେ, ଟିଏମସି ରାଜ୍ୟସଭା ସାଂସଦ ଡେରେକ ଓ’ବ୍ରାଇନ୍ ଦ୍ୱାରା ସୋମବାର ଦିନ କରାଯାଇଥିବା ଟ୍ୱିଟ୍ କୁ ନେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, “ସାଂସଦ ଚୟନ କରିଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଏହାକୁ ଅପମାନ ବୋଲି କହିଛନ୍ତି। ସେ ଏହା ଉପରେ କ୍ଷୋଭ ପ୍ରକାଶ କରି କହିଛନ୍ତି ଯେ, ପାପଡି ଚାଟ୍ ତିଆରି କରୁଛନ୍ତି ବୋଲି କହିବା ଅପମାନଜନକ । କାଗଜ ଚିରିବା ଓ ଫୋପାଡ଼ିବା ଏବଂ ପରେ କ୍ଷମା ନମାଗିବା, ଏସବୁ ହେଉଛି ଅହଙ୍କାର” ।