fbpx

୨୫୪୫ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର: ନିଯୁକ୍ତି ପାଇବେ ଅଙ୍ଗନବାଡ଼ି ୱାର୍କର ଓ ହେଲପର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ମହିଳା ନିଯୁକ୍ତି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଜ୍ୟରେ ପୂରଣ ହେବ ୨୫୨୫ଟି ପଦ । ଏଥିପାଇଁ ରାଜ୍ୟ ସରକାରଙ୍କ ମହିଳା, ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଅଙ୍ଗନବାଡ଼ି ୱାର୍କର ଓ ହେଲପର ପଦରେ ନିଯୁକ୍ତି ଦିଆଯିବ । ଜୁଲାଇ ୭ରୁ ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଅଗଷ୍ଟ ୮ ଆବେଦନର ଅନ୍ତିମ ତାରିଖ ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନରେ ପ୍ରଦତ୍ତ ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଚଳିତ ବର୍ଷ ଜାନୁଆରୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ଯୋଗ୍ୟତା ୧୯ ବର୍ଷ ଓ ସର୍ବାଧିକ ବୟସ ଯୋଗ୍ୟତା ୩୫ ବର୍ଷ ରହିଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ଓ ଦ୍ୱାଦଶ ରହିଥିବା ଆବଶ୍ୟକ । ୨୬୩ଟି ଅଙ୍ଗନବାଡ଼ି ୱାର୍କର ପଦ ଖାଲି ରହିଥିବା ବେଳେ ୨୨୮୨ଟି ଅଙ୍ଗନବାଡ଼ି ହେଲପର ପଦ ଖାଲି ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://engagement-awc.odisha.gov.in/modifyawwEventListForOutsider.htm

ଅଫିସିଆଲ ୱେବସାଇଟ୍ ଲିଙ୍କ: https://engagement-awc.odisha.gov.in/landing#

Get real time updates directly on you device, subscribe now.