fbpx

ଗୋଟିଏ ମୋବାଇଲ ନମ୍ବରରୁ ମଗାଇ ପାରିବେ ସଂପୂର୍ଣ୍ଣ ପରିବାରର ପିଭିସି ଆଧାର କାର୍ଡ, ସହଜରେ କରିପାରିବେ ଆବେଦନ

ନୂଆଦିଲ୍ଲୀ: ପିଭିସି ଆଧାର କାର୍ଡ ପାଇଁ ଅନେକ ସେମାନଙ୍କ ଆଧାର କାର୍ଡର ଖୋଲା ବଜାରରେ ପିଭିସି ତିଆରି କରୁଛନ୍ତି । ଏନେଇ ୟୁଆଇଡିଆଇ ତରଫରୁ ଏକ ଜରୁରୀ ସୂଚନା ଦିଆଯାଇଛି । ଯେଉଁଥିରେ କୁହାଯାଇଛି ଯେ ଖୋଲା ବଜାରରୁ ପ୍ଲାଷ୍ଟିକ କାର୍ଡ ତିଆରି କରୁଛନ୍ତି ତେବେ ଏହା ବୈଧ ହେବ ନାହିଁ । ଏଥିପାଇଁ ଆଧାର ପିଭିସି କାର୍ଡ ସୁବିଧା ଆରମ୍ଭ କରାଯାଇଛି । ଏହା ଦ୍ୱାରା ଆପଣ ଶୁଳ୍କ ଜମା କରି ପିଭିସି କାର୍ଡ ନେଇପାରିବେ । ଦିଆଯାଇଥିବା ସୂଚନା ଅନୁଯାୟୀ, ଖୋଲା ବଜାରରୁ ଆଧାରର ପ୍ଲାଷ୍ଟିକ କାର୍ଡ ତିଆରି କରିବାଦ୍ୱାରା ଆପଣଙ୍କ ବାୟୋମେଟ୍ରିକ୍ ସୁରକ୍ଷାରେ ବ୍ୟତିକ୍ରମ ହୋଇପାରେ । ଏଥିପାଇଁ ଆଧାର ତିଆରି କରିବା ପରେ ଆପଣ ୟୁଆଇଡିଏଆଇର ଅଫିସିଆଲ ୱେବସାଇଟରୁ ଆଧାର ପିଭିସି କାର୍ଡ ପାଇଁ ଆବେଦନ କରିପାରିବେ । ବଡ଼ କଥା ହେଉଛି ଆପଣ ଗୋଟିଏ ରେଜିଷ୍ଟର୍ଡ ନମ୍ବରରୁ ପୂରା ପରିବାରର ଆଧାର ପିଭିସି କାର୍ଡ ଅର୍ଡର କରିପାରିବେ ।

ୟୁଆଇଡିଏଆଇ ଅନୁଯାୟୀ ଗୋଟିଏ ପିଭିସି କାର୍ଡ ପାଇଁ ଆପଣଙ୍କୁ ୫୦ ଟଙ୍କା ଦେବାକୁ ହେବ । ଆପଣ ଅନଲାଇନ ଅର୍ଡର ମଧ୍ୟ କରିପାରିବେ । ଏହି ଅର୍ଡର କରିବାର କିଛି ଦିନ ମଧ୍ୟରେ ଆପଣଙ୍କ ଠିକଣାରେ ଏହା ପହଞ୍ଚିଯିବ । ୟୁଆଇଡିଆଇ ଏକ ଟ୍ୱିଟ କରି କହିଛି ଯେ ଆପଣଙ୍କ ଆଧାରରେ ଯେଉଁ ମୋବାଇଲ ରେଜିଷ୍ଟର ହୋଇଛି, ଆପଣ କୌଣସି ମୋବାଇଲ ନମ୍ବରରୁ ଭେରିଫିକେସନ ପାଇଁ ଓଟିପି ପାଇ ପାରିବେ । ତେଣୁ କେହି ଜଣେ ବ୍ୟକ୍ତି ତାଙ୍କର ପୁରା ପରିବାରର ଆଧାର ପିଭିସି କାର୍ଡ ଅର୍ଡର କରିପାରିବେ ।

ଏମିତି କରନ୍ତୁ ଡାଉନଲୋଡ:

ପ୍ରଥମେ ୟୁଆଇଡିଆଇ ର ୱେବସାଇଟ myaadhaar.uidai.gov.in/genericPVC କୁ ଯଆନ୍ତୁ

ଏଠାରେ ନିଜର ଆଧାର ନମ୍ବର ଦିଅନ୍ତୁ

ଏହାପରେ କ୍ୟାପଚା କୋଡ ଭରନ୍ତୁ ଏବଂ  ଓଟିପି ଅପ୍ସନରେ କ୍ଲିକ କରନ୍ତୁ

ଓଟିପି ଦେବା ପରେ ଚେକ ବକ୍ସ ବଟନ ଉପରେ କ୍ଲିକ କରନ୍ତୁ

ଏବେ ଆଧାର ଡିଟେଲର ପ୍ରିଭ୍ୟୁ ଦେଖନ୍ତୁ । ଏହା ଆପଣଙ୍କ କମ୍ପ୍ୟୁଟର ସ୍କ୍ରିନରେ ଦେଖାଯିବ ।

ଏହାପରେ ପେମେଣ୍ଟରେ କ୍ଳିକ କରନ୍ତୁ, ଏବଂ ସୁବିଧା ଅନୁଯାୟୀ ଯେକୌଣସି ଅନଲାଇନ ମାଧ୍ୟମରେ ପେମେଣ୍ଟ କରନ୍ତୁ ।

 

Get real time updates directly on you device, subscribe now.