fbpx

ଆସିଲା ବଡ଼ ଦୁଃଖ ଖବର: ଅରୁଣାଚଳ ପ୍ରଦେଶରେ ସହିଦ ହେଲେ ଓଡ଼ିଆ ଯବାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶ ମାତୃକାର ସୁରକ୍ଷାରେ ଜଣେ ବୀର ଯବାନଙ୍କ ଅବଦାନ ଅତୁଳନୀୟ ହୋଇଥାଏ । ଝଡ଼, ବର୍ଷା, ବରଫ ପାହାଡ଼ରେ ଶତ୍ରୁ ସହ ଲଢ଼ି ଆମର ଯବାନମାନେ ଆମକୁ ସୁରକ୍ଷା ଦେଇଥାନ୍ତି । ଅନେକ ସମୟରେ ଆତଙ୍କବାଦୀଙ୍କ ସହ ଲଢ଼େଇରେ କିଛି ଯବାନ ଦେଶ ପାଇଁ ପ୍ରାଣବଳୀ ଦେଇଥାନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଦୁଃଖ ଖବର । ଦେଶ ପାଇଁ ଲଢ଼େଇ କରୁଥିବା ଜଣେ ବୀର ଓଡ଼ିଆ ଯବାନ ଆଜି ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ।

ଖବର ମୁତାବକ, ଅରୁଣାଚଳ ପ୍ରଦେଶରେ ସହିଦ ହୋଇଛନ୍ତି ଜଣେ ବୀର ଓଡ଼ିଆ ଯବାନ । ଏହି ଯବାନଙ୍କ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ କଣ୍ଟାଡିହା ଗାଁର ଜଗନ୍ନାଥ ପ୍ରଧାନ । ଜଗନ୍ନାଥ ୩ ବର୍ଷ ପୂର୍ବେ ୨୦୦୧ ମସିହାରେ ଆସାମ ରାଇଫଲ୍ସରେ ଯୋଗ ଦେଇଥିଲେ । ଅରୁଣାଚଳ ପ୍ରଦେଶର ତାଙ୍କର ଡ୍ୟୁଟି ପଡ଼ିଥିଲା । ତେବେ ଡ୍ୟୁଟି କରୁଥିବା ସମୟର ଗତ ୭ ତାରିଖରେ ଜଗନ୍ନାଥ ଅଚାନକ ଅସୁସ୍ଥ ହୋଇ ପଡ଼ିଥିଲେ । ଏହା ପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଡାକ୍ତରଙ୍କର ସମସ୍ତ ପ୍ରୟାସ ପରେ ଚିକିତ୍ସାଧୀନ ଅବସ୍ଥାରେ ଜଗନ୍ନାଥ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଏହି ବୀର ଯବାନଙ୍କୁ ଗାର୍ଡ ଅଫ୍ ଅନ୍ନର ଦିଆଯାଇ ଗାଁ ମଶାଣିରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ବୀର ଯବାନ ଜଗନ୍ନାଥଙ୍କ ବିୟୋଗରେ ତାଙ୍କର ପରିବାର ବର୍ଗ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରୀ ଖେଳିଯାଇଛି ।

Get real time updates directly on you device, subscribe now.