fbpx

ଓଡ଼ିଶା ସିଭିଲ୍ ସର୍ଭିସ-୨୦୨୨ ମୁଖ୍ୟ (ଲିଖିତ) ପରୀକ୍ଷା ରେଜଲ୍ଟ ଘୋଷଣା: ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ତାରିଖ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସଭିଲ ସର୍ଭିସ-୨୦୨୨ ମୁଖ୍ୟ (ଲିଖିତ) ପରୀକ୍ଷାରର ଫଳାଫଳ ଘୋଷଣା କରାଯାଇଛି । ଗତ ଫେବୃବଆରୀ ମାସ ୨୫ରୁ ମାର୍ଚ୍ଚ ମାସ ୩ ତାରିଖ ମଧ୍ୟରେ ଓଡ଼ିଶା ସଭିଲ ସର୍ଭିସ-୨୦୨୨-୨୩ର ମୁଖ୍ୟ (ଲିଖିତ) ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମୋଟ ୧୩୬୭ ଜଣ ପ୍ରାର୍ଥୀ ମୁଖ୍ୟ (ଲିଖିତ) ପରୀକ୍ଷାରେ ସମ୍ଭାବ୍ୟ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪୯୩ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ମୁଖ୍ୟ (ଲିଖିତ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଏହି ପ୍ରାର୍ଥୀମାନେ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ଟେଷ୍ଟରେ ଭାଗ ନେବେ । ସମସ୍ତ ପ୍ରାର୍ଥୀଙ୍କର ଏକ ଲିଷ୍ଟ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ୱେବସାଇଟରେ ଜାରି କରାଯାଇଛି । ଆସନ୍ତାମାସ ୯ ତାରିଖ ପରେ କଟକର ଡ. ପି.କେ ପରିଜା ରୋଡ଼ ସ୍ଥିତ ଓପିଏସସି କାର୍ଯ୍ୟାଳୟରେ ଡକ୍ୟୁମେଣ୍ଟ ଯାଞ୍ଚ ଓ ସାକ୍ଷାତକାର ଟେଷ୍ଟ ଅନୁଷ୍ଠିତ ହେବ । ଏନେଇ ଖୁବଶୀଘ୍ର ସୁବିସ୍ତୃତ ପ୍ରୋଗ୍ରାମ ଜାରି କରାଯିବ । ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ‘ଆଟେଷ୍ଟେସନ ଫର୍ମ’, ‘ବାୟୋ-ଡାଟା ଫର୍ମ’ ଓ ‘ଡିକ୍ଲାରେସନ ଫର୍ମ’ ଡାଉନଲୋଡ୍ କରିପାରିବେ । ଏହାକୁ ଖୁବଶୀଘ୍ର ୱେବସାଇଟରେ ଜାରି କରାଯିବ । ପ୍ରାର୍ଥୀଙ୍କୁ ନିୟମିତ ଭାବେ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.