ଭୁବନେଶ୍ୱର: ଆସନ୍ତା ୨୦ ତାରିଖରୁ ରାଜ୍ୟରେ ବଢ଼ିବ ତାତି । ଉତ୍ତର-ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରୁ ଗରମ ପବନ ରହିବ ।
ପୁଣି ରାଜ୍ୟକୁ ଆସୁଥିବା ସାମୁଦ୍ରିକ ପବନର ମାତ୍ରା କମିବ । ଫଳରେ ରାଜ୍ୟରେ ତାପମାତ୍ରା ବଢ଼ିଯିବ । ୨୩ ଓ ୨୪ ତାରିଖ ବେଳକୁ ଉପକୂଳ ଓଡ଼ିଶାରେ ତାତି ୪୪ରୁ ୨୫ ଡିଗ୍ରୀ ଛୁଇଁପାରେ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପଶ୍ଚିମ ଓଡ଼ିଶାକୁ ଛାଡି ଅନ୍ୟ ଅଞ୍ଚଳଗୁଡ଼ିକରେ ତାପମାତ୍ରା ଶୁକ୍ରବାରଠାରୁ ବଢ଼ିବ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି । ୨୦ ତାରିଖ ବେଳକୁ ଉପକୂଳରେ ବି ତାତିର ପ୍ରକୋପ ଅନୁଭୂତ ହେବ ।
ଆସନ୍ତା ୩ ଦିନ ପରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବ । ୨୦ରେ ସୋନପୁର, ବୌଦ୍ଧ, ଟିଟଲାଗଡ଼, ଭବାନୀ ପାଟଣାତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ରହିବ ।
୨୧ ତାରିଖଠାରୁ ଉପକୂଳର ଢେଙ୍କାନାଳ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ।