ଅକ୍ଟୋବର ୨୬ରେ ହେବ ରିସର୍ଚ୍ଚ ଆସିଷ୍ଟାଣ୍ଟ ଇଣ୍ଟରଭ୍ୟୁ: ଓଡ଼ିଶା ହାଇକୋର୍ଟ ତରଫରୁ ୯୦ ଜଣ ପ୍ରାର୍ଥୀ ଶର୍ଟଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟର ରିସର୍ଚ୍ଚ ଆସିଷ୍ଟାଣ୍ଟ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଗତ ଅଗଷ୍ଟ ମାସରେ ମୋଟ ୨୦ଟି ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ । ଏହା ମଧ୍ୟରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ପଦ ପାଇଁ ସାକ୍ଷାତକାର ତାରିଖ ଘୋଷଣା କରାଯାଇଛି । ମୋଟ ୯୦ ଜଣ ପ୍ରାର୍ଥୀଙ୍କୁ ଏଥିପାଇଁ ଶର୍ଟଲିଷ୍ଟ କରାଯାଇଛି । ଆସନ୍ତା ୨୬ ତାରିଖରେ ସାକ୍ଷାତକାର ନିଆଯିବ । ଏନେଇ ଓଡ଼ିଶା ହାଇକୋର୍ଟ ତରଫରୁ ଏକ ନୋଟିଫିକେସନ ଜାରି କରି ସୂଚନା ଦିଆଯାଇଛି ।

ଆସନ୍ତା ୨୬ ତାରିଖ (ଶନିବାର) ଦିନ ସକାଳ ୧୧ଟା ସମୟରେ ଏହି ସାକ୍ଷାତକାର ନିଆଯିବ । ପ୍ରାର୍ଥୀମାନେ ସକାଳ ୧୦ଟା ସମୟରେ ଓଡ଼ିଶା ହାଇକୋର୍ଟର ନ୍ୟୁ କନଫରେନସ ହଲରେ ରିପୋର୍ଟ କରିବାକୁ କୁହାଯାଇଛି । ଇଣ୍ଟରଭ୍ୟୁ ପାଇଁ ଶର୍ଟଲିଷ୍ଟ ହୋଇଥିବା ସମସ୍ତ ଯୋଗ୍ୟ ପ୍ରାର୍ଥୀଙ୍କ ବର୍ତ୍ତମାନର ଠିକଣାରେ ସେମାନଙ୍କ ନିକଟକୁ କଲ ଲେଟର ପଠାଯାଇଛି । ଯୋଗ୍ୟ ପ୍ରାର୍ଥୀଙ୍କର ଓରିଜିନାଲ ଡକ୍ୟୁମେଣ୍ଟ ଯାଞଚ କରାଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ସେମାନଙ୍କର ନାମ ଚେକ୍ କରିପାରିବେ । ଏହି ପଦରେ ପ୍ରାର୍ଥୀଙ୍କୁ ମାସିକ ୩୦ ହଜାର ଟଙ୍କା ବେତନ ଆକାରରେ ପ୍ରଦାନ କରାଯିବ । ପ୍ରାର୍ଥୀଙ୍କୁ ଚୟନ ପାଇଁ ଚୟନ କମିଟି ଦ୍ୱାରା ୧୦୦ ମାର୍କର ସାକ୍ଷାତକାର ନିଆଯିବ । ମେରିଟ ଲିଷ୍ଟରେ ରହିବା ପାଇଁ ପ୍ରାର୍ଥୀଙ୍କୁ ସାକ୍ଷାତକାର ପରୀକ୍ଷାରେ ୪୦ ପ୍ରତିଶତ ମାର୍କ ହାସଲ କରିବାକୁ ପଡ଼ିବ । ନୂଆ କରି ନିଯୁକ୍ତି ପାଇବା ପରେ ରିସର୍ଚ୍ଚ ଆସିଷ୍ଟାଣ୍ଟ ପ୍ରାର୍ଥୀ ଓଡ଼ିଶା ଷ୍ଟେଟ ଜୁଡିସିଆଲ ଆକାଡେମୀ, କଟକରେ ଟ୍ରେନିଂ ନେବେ ।

ଲିଙ୍କ: https://www.orissahighcourt.nic.in/recruitment-corner-pdf-view/232/

Get real time updates directly on you device, subscribe now.