fbpx

ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା OJEE, ୪ଟି ସିଫ୍ଟରେ ହେବ ପରୀକ୍ଷା

Advertisement

ଭୁବନେଶ୍ୱର: ବି.ଟେକ୍‍., ଏମ୍‍.ବି.ଏ., ଏମ୍‍.ସି.ଏ. ଆଦି ପାଠ୍ୟକ୍ରମରେ ନାମଲେଖାପାଇଁ ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା – ଓ.ଜେ.ଇ.ଇ.ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଦ୍ୱିତୀୟ ଓ.ଜେ.ଇ.ଇ. ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି ପରୀକ୍ଷା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ । ୩୦ଟି ଜିଲ୍ଲାରେ ୪୪ଟି ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାପାଇଁ ବ୍ୟବସ୍ଥା କରାଯାଇଛି । ୨୭ହଜାର ୩ଶହ ଛାତ୍ରଛାତ୍ରୀ ଓଜେଇଇ ପ୍ରବେଶିକା ଦେବେ। ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟରେ ୪୭ଟି କେନ୍ଦ୍ର ପ୍ରସ୍ତୁତ ହୋଇଥିବାବେଳେ ଓଜେଇଇ ପକ୍ଷରୁ ପରୀକ୍ଷା ସୂଚୀ ମଧ୍ୟ ପ୍ରକାଶ ପାଇଛି।

ଦୈନିକ ୪ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ। ୨୬ ତାରିଖରେ ପ୍ରଥମ ତିନୋଟି ସିଫ୍ଟରେ ବିଟେକ୍‌‌ ଏବଂ ଶେଷ ସିଫ୍ଟରେ ଏମବିଏ ଆଶାୟୀ ପ୍ରବେଶିକା ପରୀକ୍ଷା ଦେବେ। ସେହିପରି ୨୭ରେ ଲାଟେରାଲ୍‌‌ ବିଟେକ୍‌‌, ବି-ଫାର୍ମ ଓ ଏମବିଏ ଛାତ୍ରଛାତ୍ରୀ ପ୍ରବେଶିକା ଦେବେ। ୨୯ ତାରିଖରେ ଏମସିଏ ଓ କମ୍ପ୍ୟୁଟର ବିଜ୍ଞାନରେ ଏମଏସ୍‌‌ସି ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ। ସିବିଟି ମୋଡ୍‌‌ରେ ପରୀକ୍ଷା ଅନୁଷ୍ଠିତ ହେବ।

ଅନ୍ୟପକ୍ଷରେ ରାଜ୍ୟରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପ୍ରଥମ ବର୍ଷ ନାମଲେଖାପାଇଁ ଆବେଦନ ପ୍ରକ୍ରିୟା ଆଜି ଶେଷ ହେଉଛି । ସାମସ୍‌ ପୋର୍ଟାଲରୁ ମିଳିଥିବା ସୂଚନା ଅନୁସାରେ, ରାତି ୯ଟା ସୁଦ୍ଧା ୪,୯୪,୩୪୫ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବାବେଳେ ୪,୬୦,୩୪୧ଜଣ ଆବେଦନ କରିଛନ୍ତି। ସେହିପରି ୪,୫୫,୫୯୭ଜଣ ଅନ୍‌ଲାଇନରେ ଦେୟ ପୈଠ କରିଛନ୍ତି। ତେବେ ପୂର୍ବରୁ ଜୁନ୍‌ ୨୦ ତାରିଖ ଆବେଦନର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ଏହି ଅବଧିକୁ ୨୬ ତାରିଖ ଯାଏ ବୃଦ୍ଧି କରାଯାଇଥିଲା।

Get real time updates directly on you device, subscribe now.