fbpx

OJS-2023 ପ୍ରିଲିମ୍ସ ପରୀକ୍ଷାର Answer Key ଜାରି କଲା OPSC: ଜୁଲାଇ ୩ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ କରାଯିବ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ୍ ୨୨ ତାରିଖରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୦୨୩ ପ୍ରିଲିମିନାରୀ ପରୀକ୍ଷାର ଆନସର କି ଜାରି କରାଯାଇଛି । ପ୍ରାର୍ଥୀମାନେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଅଫିସିଆଲ ୱେବସାଇଟକୁ ଯାଇ ଏହାକୁ ଚେକ୍ କରିପାରିବେ । ପ୍ରାର୍ଥୀମାନେ ଅନଲାଇନରେ ସେମାନଙ୍କର ଅଭିଯୋଗ ପତ୍ର ପଠାଇ ପାରିବେ । ସେଥିପାଇଁ ଏକ ୱେବସାଇଟ୍ ଜାରି କରାଯାଇଛି । ଅନ୍ୟ କୌଣସି ମୋଡ଼ରେ ପ୍ରାର୍ଥୀଙ୍କ ଠାରୁ ଅଭିଯୋଗ ଗ୍ରହଣ କରାଯିବ ନାହିଁ । ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଏହି ଲିଙ୍କ ଉପଲବ୍ଧ ରହିବ ।

ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖରେ ରାଜ୍ୟର ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ସମ୍ବଲପୁର ଆଦି ପରୀକ୍ଷା କେନ୍ଦ୍ରମାନଙ୍କରେ ଓଜେଏସ-୨୦୨୩ ପ୍ରିଲିମ୍ସ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଅପରାହ୍ଣ ୩ଟାରୁ ୪.୩୦ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ପିଡବ୍ଲ୍ୟୁଡି ପ୍ରାର୍ଥୀମାନେ ୩ଟାରୁ ୫ଟା ପର୍ଯ୍ୟନ୍ତ ପରୀକ୍ଷା ଦେଇଥିଲେ । ପ୍ରଥମେ ଜୁନ୍ ୨୩ରେ ଏହି ପରୀକ୍ଷା ହେବା ନେଇ ଶିଡ୍ୟୁଲ ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ପରୀକ୍ଷା ଜୁନ୍ ୨୨ରେ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରିଲିମିନାରୀ ଲିଖିତ ପରୀକ୍ଷା, ମୁଖ୍ୟ ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ ।

Get real time updates directly on you device, subscribe now.