ଆସିଗଲା OLA Electric Scooter, ଦମଦାର ପାୱାର ସହ ରହିଛି ଆକର୍ଷଣୀୟ ଫିଚର୍ସ, ଲକ-ଅନଲକ ପାଇଁ ଦରକାର ନାହିଁ ଚାବି

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ବହୁ ପ୍ରତୀକ୍ଷିତ OLA ଇଲେକ୍ଟ୍ରିକ ସ୍କୁଟର । ରବିବାର ସ୍ୱାଧୀନତା ଦିବସ ଉପଲକ୍ଷେ ଲଞ୍ଚ ହୋଇଛି ଏହି OLA ଇଲେକ୍ଟିକ ସ୍କୁଟର । OLAର କୋ-ଫାଉଣ୍ଡର ଭାବିଶ ଅଗ୍ରୱାଲ ଗତକାଲି ଏହାକୁ ଲଞ୍ଚ କରିଛନ୍ତି । ଏହା ସହ ଭାରତୀୟ ବଜାରରେ ଲଞ୍ଚ ହୋଇଛି ଓଲାର ଦୁଇଟି ଭାରିଆଣ୍ଟ S1 ଏବଂ S1 Pro ।

ଜାଣନ୍ତୁ କ’ଣ ରହିଛି ଏହାର ଫିଚର୍ସ;

OLAର ଇଲେକ୍ଟ୍ରିକ ସ୍କୁଟରରେ ରହିଛି ଅନେକ ଆକର୍ଷଣୀୟ ଫିଚର୍ସ । ପ୍ରକୃତରେ ଆପଣ ଏହାକୁ କହିପାରିବେ ନେକ୍ସ୍ଟ ଜେନେରେସନ ଇଲେକ୍ଟ୍ରିକ ସ୍କୁଟର । ବର୍ତ୍ତମାନ ବଜାରରେ ରହିଥିବା ଅନ୍ୟ ଇଲେକ୍ଟ୍ରିକ ସ୍କୁଟରଠାରୁ ଅନେକ ଭଲ ଫିଚର୍ସ ରହିଛି OLA ଇଲେକ୍ଟ୍ରିକ ସ୍କୁଟରରେ । ଯାହା ଚାଳକଙ୍କୁ ଏକ ନୂଆ ଅନୁଭବ ଦେବ । କମ୍ପାନୀ ଏହି ସ୍କୁଟରରେ ଆର୍ଟିଫିସିଆଲ ସାଉଣ୍ଡ ସିଷ୍ଟମ ରହିଛି ଯାହାକୁ ଆପଣ ଆପଣଙ୍କୁ ମୁଡ୍ ହିସାବରେ ବଦଳାଇପାରିବେ । ଯାହା ବାସ୍ତବରେ ଏକ ଆକର୍ଷଣୀୟ ଫିଚର । ଏହି ସ୍କୁଟରରେ କମ୍ପାନୀ 4G, WI-FI, Bluetooth ପ୍ରଦାନ କରିଛି, ଯାହାଦ୍ୱାରା ଏହା ଇଣ୍ଟରନେଟ ଦ୍ୱାରା କନେକ୍ଟ ରହିବ । ଆପଣ ନିଜ ସ୍କାର୍ଟଫୋନକୁ ସ୍କୁଟର ସହ କନେକ୍ଟ କରିବା କରି ଅନେକ ଫିଚର୍ସକୁ ଅପରେଟ କରିପାରିବେ । ଯେଉଁଥିରେ ଲକ ଅନଲକ ଫିଚର୍ସ ମଧ୍ୟ ରହିଛି ।

କେବଳ ସେତିକି ନୁହେଁ ଏହି ସ୍କୁଟର ଆପଣଙ୍କ ଭଏସକୁ ମଧ୍ୟ ଚିହ୍ନିପାରେ, କାରଣ ଏଥିରେ ଭଏସ କମାଣ୍ଡ ସିଷ୍ଟମ ମଧ୍ୟ ରହିଛି, ଏଥିପାଇଁ ଆପଣଙ୍କୁ କେବଳ ‘Hey Ola’ କହିବାକୁ ପଡ଼ିବ ଏବଂ ଆପଣ ଭଏସ କମାଣ୍ଡରେ ସାହଯ୍ୟରେ ଅନେକ କାମ କରିପାରିବେ, ଯେମିତିକି ଆପଣଙ୍କ ମନପସନ୍ଦ ଗୀତ ଶୁଣିବା ହେଉ କିମ୍ବା କଲ୍ କରିବା ହେଉ । ଏଥିରେ ୭ ଇଞ୍ଚର ଟଚ୍ ସ୍କ୍ରିନ ଏବଂ ସ୍ପିକର ମଧ୍ୟ ରହିଛି । ସ୍କୁଟରରେ କ୍ରୁଜ କଣ୍ଟ୍ରୋଲ ମଧ୍ୟ ଦେଖିବାକୁ ମିଳିବ ।

ଏହି ସ୍କୁଟରକୁ ଲକ କିମ୍ବା ଅନଲକ କରିବା ପାଇଁ ଆପଣଙ୍କୁ ଚାବିର ଦରକାର ମଧ୍ୟ ପଡ଼ିବନାହିଁ । ଏହାକୁ ଅନଲକ କିମ୍ବା ଲକ କରିବା ପାଇଁ ଆପଣ ସ୍ମାର୍ଟଫୋନ ସହ କନେକ୍ଟ କରିବାକୁ ହେବ ଏବଂ ମୋବାଇଲ ଆପ ସାହାଯ୍ୟରେ ଏହାକୁ ଲକ ଅନଲକ କରିପାରିବେ । କେବଳ ସେତିକି ନୁହେଁ, ଆପଣ ଯଦି ସ୍କୁଟର ପାଖକୁ ଯାଉଛନ୍ତି ତେବେ ଏହି ସ୍କୁଟର ସେନ୍ସର ସାହାଯ୍ୟରେ ଆପଣଙ୍କ ଉପସ୍ଥିତିକୁ ଜାଣିବା ପରେ ଅନଲକ ହୋଇଯିବ ଏବଂ ଦୂରକୁ ଯିବାପରେ ଲକ୍ ହୋଇଯିବ ।

ପାୱାର ଏବଂ ମାଇଲେଜ:

Ola ଇଲେକ୍ଟ୍ରିକ ସ୍କୁଟରରେ କମ୍ପାନୀ 3.9kWhର ବ୍ୟାଟେରୀ ପ୍ୟାକ ରହିଛି ଯାହାର ଇଲେକ୍ଟ୍ରିକ ମୋଟର 8.5kWର ପିକ ପାୱାର ଜେନେରେଟ କରିଥାଏ । କମ୍ପାନୀର କହିଛି ଯେ ବ୍ୟାଟେରୀ 750Wର କ୍ଷମତା ବିଶିଷ୍ଟ ପୋର୍ଟେବଲ ଚାର୍ଜର ଦ୍ୱାରା ପ୍ରାୟ ୬ ଘଣ୍ଟାରେ ଫୁଲ ଚାର୍ଜ ହୋଇଯିବ, ଏହାଛଡ଼ା କମ୍ପାନୀର ସୁପରଚାର୍ଜର ଦ୍ୱାରା ମଧ୍ୟ ଏହି ବ୍ୟାଟେରୀ ମାତ୍ର ୧୮ ମିନିଟରେ ୫୦% ଚାର୍ଜ ହୋଇପାରିବ ।

ତେବେ କମ୍ପାନୀ ଅନୁଯାୟୀ ଏହି ସ୍କୁଟର ଥରେ ଫୁଲ ଚାର୍ଜ ହେଲେ ୧୮୦ ରୁ ୧୯୦ କିଲୋମିଟରର ଡ୍ରାଇଭିଙ୍ଗ ରେଞ୍ଜ ପ୍ରଦାନ କରିବ । ଏତିକି ନୁହେଁ ଏହି ସ୍କୁଟର କେବଳ ୩ ସେକେଣ୍ଡରେ ୦ ରୁ ୬୦ କିମି ପ୍ରତିଘଣ୍ଟାର ସ୍ପିଡରେ ପହଞ୍ଚିପାରିବ ।  ଏହାର ଟପ ସ୍ପିଡ 115 Km/h ରହିଛି । ଏଥିରେ ତିନିଟି ଭିନ୍ନ ଭିନ୍ନ ଡ୍ରାଇଭିଙ୍ଗ ମୋଡ ରହିଛି । ଯେଉଁଥିରେ ନର୍ମାଲ ମୋଡ୍, ସ୍ପୋର୍ଟ୍ସ ମୋଡ୍ ଏବଂ ହାଇପର ମୋଡ୍ ରହିଛି । ଆକର୍ଷଣୀୟ ଲୁକ ଏବଂ ଦମଦାର ଇଲେକ୍ଟ୍ରିକ ମୋଟର ସହ ଏହି ସ୍କୁଟରକୁ କମ୍ପାନୀ ୧୦ଟି କଲରରେ ପ୍ରସ୍ତୁତ କରିଛି ।

ଦାମ୍:

ତେବେ  ଗୁଜରାଟ, ମହାରାଷ୍ଟ୍ର, ଦିଲ୍ଲୀ, ରାଜସ୍ଥାନ ଛଡ଼ା ଅନ୍ୟ ସବୁ ରାଜ୍ୟରେ S1ର ଦାମ ୯୯,୯୯୯ ଏବଂ S1 Pro ଦାମ ୧,୨୯,୯୯୯ ଟଙ୍କା ରହିଛି ।  ଏହି ସ୍କୁଟରର ସବୁଠାରୁ କମ ଦାମ ଗୁଜରାଟରେ ରହିଛି ଯେଉଁଠାରେ ରାଜ୍ୟ ଦ୍ୱାରା ଦିଆଯାଉଥିବା ସବସିଡି ପରେ S1ର ମୂଲ୍ୟ ୭୯,୯୯୯ ହେଉଥିବାବେଳେ S1 Pro ମୂଲ୍ୟ ୧,୦୯,୯୯୯ ରହିଛି ।