fbpx

୪୮ ଜଣ ମହିଳାଙ୍କୁ ଯୌନ ଉତ୍ପୀଡ଼ନ ଦେଇଛନ୍ତି ୭୨ ବର୍ଷୀୟ ଡାକ୍ତର, ଅଭିଯୋଗ ଆସିବାରୁ କହିଲେ ଏଇଟା ଡାକ୍ତରୀ ପାଠ

Advertisement

ନୂଆଦିଲ୍ଲୀ: ଆଜିକାଲି ବିଭିନ୍ନ ପ୍ରଫେସନରେ କାର୍ଯ୍ୟ କରୁଥିବା ଲୋକଙ୍କର ସବୁ ଅଜବ ଅଜବ ହରକତ ଦେଖିବାକୁ ମିଳୁଛି । ଏପରି ହରକତ କରିଛନ୍ତି ଜଣେ ୭୨ ବର୍ଷୀୟ ଡାକ୍ତର । ବୃଦ୍ଧ ଡାକ୍ତର ଜଣକ ଜଣେ ମୂଳ ଭାରତୀୟ ହୋଇଥିବା ବେଳେ ସେ ସ୍କଟଲାଣ୍ଡରେ ପ୍ରାକ୍ଟିସ କରୁଥିଲେ । ଡାକ୍ତର ଜଣଙ୍କ ୩୫ ବର୍ଷ ଧରି ଜଣେ ନୁହେଁ କି ଦୁଇଜଣ ନୁହଁ, ୪୮ ଜଣ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ କରିଥିବା ଅଭିଯୋଗ ହୋଇଛି ।

ଦୋଷୀ ସାବ୍ୟସ୍ତ ହୋଇଥିବା ଡାକ୍ତର କୃଷ୍ଣ ସିଂହଙ୍କ ବିରୋଧରେ କିସ୍ କରିବା, ଶରୀର ଅଙ୍ଗକୁ ସ୍ପର୍ଶ କରିବା, ଅନୁଚିତ ଯାଞ୍ଚ କରିବା, ଖରାପ କଥା କହିବା ଭଳି ଅନେକ ଅଭିଯୋଗ ରହିଛି । ତେବେ ଗ୍ଲାସଗୋ ହାଇକୋର୍ଟ ଶୁଣାଣି ସମୟରେ ଡାକ୍ତର ଜଣଙ୍କ ଏ ସମସ୍ତ ଅଭିଯୋଗକୁ ଅଗ୍ରାହ୍ୟ କରିଦେଇଥିଲେ । ନିଜ ସପକ୍ଷରେ ଡାକ୍ତର କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା । ଭାରତୀୟ ମେଡିକାଲ ଟ୍ରେନିଂ ସମୟରେ ତାଙ୍କୁ ଏପରି ଅନେକ ଶିକ୍ଷା ଦିଆଯାଇଥିଲା । ତେଣୁ ରୋଗୀମାନେ ତାଙ୍କ ବିରୋଧରେ ଆଣିଥିବା ସମସ୍ତ ଅଭିଯୋଗ ଭିତ୍ତୀହୀନ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଡାକ୍ତର କୃଷ୍ଣଙ୍କୁ ଚିକିତ୍ସା ସେବା କ୍ଷେତ୍ରରେ ଯୋଗଦାନ ପାଇଁ ସମ୍ମାନିତ କରାଯାଇଛି । ଗତ ୨୦୧୮ରେ ତାଙ୍କ ବିରୋଧରେ ଜଣେ ମହିଳା ଡାକ୍ତର ରିପୋର୍ଟ ଦାୟର କରିଥିଲେ । ତା’ପରେ କୃଷ୍ଣ ୫୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଆସନ୍ତା ମାସରେ କୃଷ୍ଣଙ୍କ ବିରୋଧରେ ଅଦାଲତ ନିଜର ନିଷ୍ପତ୍ତି ଶୁଣାଇବେ ।

Get real time updates directly on you device, subscribe now.