fbpx

ବିଷାକ୍ତ ଭୋଜି ଖାଇ ଜଣେ ମୃତ, ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

ନୟାଗଡ଼, ୧ା୫ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲାରେ ଭୋଜି ଖାଇ ଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ ୨୦ ଜଣ ଗୁରୁତର ହୋଇଛନ୍ତି । ଓଡ଼ଗାଁ ଥାନା ବାଙ୍କତରା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଏକ ବାହାଘରର ମଙ୍ଗନରେ ବିଷାକ୍ତ ଭୋଜି ଖାଇ ଲୋକମାନେ ଆକ୍ରାନ୍ତ ହୋଇଥିବା କୁହାଯାଇଛି । ମୃତ ମହିଳାଙ୍କ ନାମ ମାଟିଆଣି ବାରିକ ବୋଲି ଜଣାପଡ଼ିଛି । ଚିକିତ୍ସା ପାଇଁ ସମସ୍ତ ଗୁରୁତରଙ୍କୁ ଓଡ଼ଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.