fbpx

ପୁଷ ପୁନୀ ପାଇଁ ୧୧ ଜିଲ୍ଲାରେ ସ୍ଥାନୀୟ ଛୁଟି ଦିବସ ଘୋଷଣା କରାଯାଉ:ଜୟ ନାରାୟଣ ମିଶ୍ର

Advertisement

ଭୁବନେଶ୍ୱର: ଓଡ଼ିଶାର ପଶ୍ଚିମାଞ୍ଚଳ ରେ ଗଣ ପର୍ବ ଭାବେ ପାଳନ ହୁଏ ପୁଷ ପୂର୍ଣ୍ଣିମା। ନୂଆଁଖାଇ ପରେ ଏହା ହେଉଛି ପଶ୍ଚିମ ଓଡ଼ିଶାର ଏକ ପ୍ରସିଦ୍ଧ ପର୍ବ । ତେବେ ଏହି ପର୍ବ କୁ ସ୍ଥାନୀୟ ଛୁଟି ଦିବସ ରୂପେ ଘୋଷଣା କରିବା ପାଇଁ ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଚିଠି ଲେଖିଛନ୍ତି । ଆସନ୍ତା କାଲି ପଶ୍ଚିମ ଓଡିଶାର ଦ୍ୱିତୀୟ ପ୍ରସିଦ୍ଧ ପୁଷ ପୂର୍ଣ୍ଣିମା ଥିବାରୁ ସମ୍ବଲପୁର,ବରଗଡ଼,ଝାରସୁଗୁଡ଼ା,ଦେଓଗଡ଼,ସୁନ୍ଦରଗଡ଼, ବୌଦ୍ଧ,ବଲାଙ୍ଗୀର,ସୁବର୍ଣ୍ଣପୁର,କଳାହାଣ୍ଡି,ନୂଆପଡା ଏବଂ ଆଠମଲ୍ଲିକ ରେ ଏହାକୁ ସ୍ଥାନୀୟ ଛୁଟି ଦିନ ଭାବେ ଘୋଷଣା କରିବାକୁ ବିରୋଧୀଦଳ ନେତା ଜୟ ନାରାୟଣ ମିଶ୍ର ଏହି ଚିଠି ଲେଖିଛନ୍ତି ।

ସୂଚାନମୂତାବକ ପୌଷ ମାସରେ ଖରିଫ ଫସଲ ଅମଳ ହେଲା ପରେ ଚାଷୀ ଖୁସିରେ ପୌଷ ପୂର୍ଣ୍ଣିମା ଉତ୍ସବ ପାଳନ କରିଥାଏ । ଏହାକୁ ପୁଷ ପୁନୀ ମଧ୍ୟ କୁହାଯାଏ । ଜମି ମାଲିକ ଓ ଚାଷୀ ମଧ୍ୟରେ ହୋଇଥିବା ବାର୍ଷିକ ଚୁକ୍ତି ଏହି ଦିନ ସରିଯାଇଥାଏ। ବିଭିନ୍ନ ପ୍ରକାରର ପିଠାପଣା, ମାଛ ମାଂସ ରୋଷେଇରେ ଏହି ଦିନ ବିତିଥାଏ । ଛୋଟ ଛୋଟ ପିଲା ମାନେ ବିଭିନ୍ନ ପ୍ରକାରର ଲୋକ ସଙ୍ଗୀତ ଗାନ କରି ପୁଷପୁନୀ ଖର୍ଚ୍ଚ ମାଗିଥାଆନ୍ତି । ସ୍ଥାନୀୟ ଭାଷାରେ ଏହାକୁ ଛେର ଛେରା କୁହାଯାଏ । ତେବେ ଏହି ଅବସରରରେ ବିଭିନ୍ନ ପ୍ରକାରର ଖେଳକୁଦ,କୁକୁଡା ଲଢ଼େଇ ଆଦି ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥାଏ । ତେବେ ଏହି ଦିନକୁ ସ୍ଥାନୀୟ ଛୁଟି ଦିବସ ରୂପେ ଘୋଷଣା କରିବା ପାଇଁ ବିରୋଧୀଦଳ ନେତା ଇଚ୍ଛା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.