ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ସନ୍ଧାନରେ ରହିଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା ପାୱର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦ ପୂରଣ ପାଇଁ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଗେଟ-୨୦୨୪ ମାଧ୍ୟମରେ ମ୍ୟାନେଜମେଣ୍ଟ ଟ୍ରେନି (ଇଲେକ୍ଟ୍ରିକାଲ) ନିଯୁକ୍ତି ପାଇଁ ନଭେମ୍ବର ପହିଲାରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୧ ତାରିଖରେ ଏହି ପ୍ରକ୍ରିୟା ସମାପ୍ତ ହୋଇଥିଲା । ମୋଟ ୫୦ଟି ପଦ ଖାଲି ରହିଥିବା ବେଳେ ଅଣସଂରକ୍ଷିତ, ଏସଇବିସି, ଏସସି ଓ ଏସଟି ବର୍ଗର ପ୍ରାର୍ଥୀଙ୍କୁ ଏଥିରେ ନିଯୁକ୍ତି ଦିଆଯିବ ।
ତେବେ ଏହା ମଧ୍ୟରେ ଏଥିପାଇଁ ପୁଣି ଥରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ନଭେମ୍ବର ୨୯ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଡିସେମ୍ବର ୧୦ରେ ତାହା ସମାପ୍ତ ହେବ । ଆବେଦନ ଅବଧି ବୃଦ୍ଧି ହେବା ଫଳରେ ଆବେଦନ କରିନଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ ଆଣିଦେଇଛି । ଇଲେକ୍ଟ୍ରିକାଲ / ଇଲେକ୍ଟ୍ରିକାଲ ଆଣ୍ଡ ଇଲେକ୍ଟ୍ରୋନିକସ ଇଞ୍ଜିନିୟରିଂ ପାସ୍ କରିବା ସହିତ ଅତିକମରେ ୬୦ ପ୍ରତିଶତ ମାର୍କ ରଖିଥିବ ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ । ଆବେଦନର ଅନ୍ତିମ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ହିସାବକୁ ନିଆଯିବ । ସଂରକ୍ଷଣ, ବୟସ କୋହଳ, କନସେସନ ଆଦି ରାଜ୍ୟ ସରକାରଙ୍କ ଗାଇଡଲାଇନ୍ସ ଅନୁସାରେ ପାଳନ କରାଯିବ । ଟ୍ରେନିଂ ସମୟରେ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଷ୍ଟାଇପେଣ୍ଡ ଆକାରରେ ପ୍ରଦାନ କରାଯିବ । ଅଣସଂରକ୍ଷିତ ଓ ଏସଇବିସି ପ୍ରାର୍ଥୀଙ୍କ ପାଇଁ ୧୧୮୦ ଟଙ୍କା ଓ ଏସସି, ଏସଟି ପ୍ରାର୍ଥୀଙ୍କ ପାଇଁ ୫୯୦ ଟଙ୍କା ଆବେଦନ ଫିସ୍ ରଖାଯାଇଛି ।
ଅନଲାଇନ୍ ଆବେଦନ ଲିଙ୍କ: https://careers.optcl.co.in/online-application
ନୋଟିଫିକେସନ ଲିଙ୍କ: https://careers.optcl.co.in/docs/GATE_OPTCL_2024_ADVT.pdf