fbpx

ସୋସିଆଲ ମିଡିଆରେ ପାଟି ଖୋଲିବେନି ଅନୁଭବ-ବର୍ଷା, ଅଙ୍କୁଶ ଲଗାଇଲେ ହାଇକୋର୍ଟ

କଟକ: ଅନୁଭବ ବର୍ଷା ପାରିବାରିକ ବିବାଦ ଉପରେ ଶୁଣାଣି କରିଛନ୍ତି ହାଇକୋର୍ଟ। ଓଡ଼ିଶା ହାଇକୋର୍ଟ ଉଭୟ ଅନୁଭବ ମହାନ୍ତି ଏବଂ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପରସ୍ପର ବିରୋଧରେ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିବାକୁ ବାରଣ କରିଛନ୍ତି। କୋର୍ଟ ମଧ୍ୟ ଅନୁଭବଙ୍କୁ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୪ ରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ ହୋଇଛି।

କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କର ସୋସିଆଲ ମିଡିଆରେ କିଛି ଦିନ ମଧ୍ୟରେ ବାରମ୍ବାର ଭିଡିଓ ପୋଷ୍ଟ କରି ନିଜର ମତାମତ ରଖୁଛନ୍ତି। ଯାହା ତାଙ୍କର ପାରିବାରି ବିଷୟ ସହ ଜଡ଼ିତ। ତେବେ ଏହାକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିିନି।

ସାମାଜିକ ଗଣମାଧ୍ୟମରେ ତାଙ୍କର ସ୍ୱାମୀ ଅନୁଭବ ବିଭିନ୍ନ କଥା କହି ତାଙ୍କର ସମ୍ମାନ ହାନି କରୁଥିବା ଅଭିଯୋଗ କରି ସେ କୋର୍ଟଙ୍କ ଶରଣରେ ଯାଇଥିଲେ। ଉଭୟଙ୍କ ପାରିବାରିକ ମାମଲା ବିଚାରଧିନ ଥିବାରୁ ଏଭଳି ମତ ସାମାଜିକ ଗଣମାଧ୍ୟମରେ ରଖି ଅନୁଭବ ତାଙ୍କର ମତ ରଖୁଛନ୍ତି ଯାହା ଆଇନ୍ ବୁରୁଦ୍ଧ ବୋଲି ସେ କହିଥିଲେ। ପରିବାର କୋର୍ଟରେ ମାମଲା ବିଚାରଧିନ ଥିବା ବେଳେ ଅନୁଭବ ସାମାଜିକ ଗଣମାଧ୍ୟମରେ ତାଙ୍କର ମତ ରଖୁଛନ୍ତି ଯାହା ତାଙ୍କର ବ୍ୟକ୍ତିଗତ ସମ୍ପର୍କ ସହ ଜଡ଼ିତ।

ଏହାଦ୍ୱାରା ତାଙ୍କର ସମ୍ମାନ ହାନି ହେଉଥିବାରୁ ସୋସିଆଲ ମିଡିଆରେ ଏସବୁ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବାକୁ ବର୍ଷା କୋର୍ଟରେ ଆବେଦନ କରି ରିଟ୍ ପିଟିସନ୍ ଦାଖଲ କରିଥିଲେ। ବର୍ଷା ତାଙ୍କର ଏହି ପିଟିସନରେ କେନ୍ଦ୍ର ସୂଚନା ପ୍ରସାରଣ, ଅନୁଭବ ମହାନ୍ତି ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଥିଲେ।

 

 

 

 

 

 

 

 

 

 

 

Get real time updates directly on you device, subscribe now.