fbpx

ଅନାଥ ପିଲାଙ୍କୁ ମିଳିବ ମାଗଣାରେ ଉଚ୍ଚ ଶିକ୍ଷା, ଉଚ୍ଚଶିକ୍ଷା ବିଭାଗର ନୂଆ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅନାଥ ପିଲାମାନେ ପାଇବେ ମାଗଣାରେ ଉଚ୍ଚଶିକ୍ଷା । ଏହି ଲକ୍ଷ୍ୟନେଇ ପାଞ୍ଚ ବର୍ଷ ପୂର୍ବେ ଗ୍ରୀନ୍ ପ୍ୟାସେଜ୍ ସ୍କିମ ପ୍ରସ୍ତୁତ କରାଯାଇଥିଲା । ତେବେ ବର୍ତ୍ତମାନ ଏହି ଯୋଜନାର ଢାଞ୍ଚାରେ ପରିବର୍ତ୍ତନ କରିଛି ଉଚ୍ଚଶିକ୍ଷା ବିଭାଗ । ଏହାଫଳରେ ଅନାଥ ପିଲାମାନେ ମାଗଣାରେ ଉଚ୍ଚଶିକ୍ଷା ପାଇପାରିବେ ।

ଗତ ୨୦୧୭ ମସିହାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗ୍ରୀନ୍ ପ୍ୟାସେଜ ନାମକ ଏକ ଯୋଜନାର ଘୋଷଣା କରାଯାଇଥିଲା । ଘରଦ୍ୱାରା ନଥିବା ପିଲାଙ୍କ ନାମଲେଖା, ଟ୍ୟୁଟସନ ଓ ପରୀକ୍ଷା ଫି’ ବାବଦ ସମସ୍ତ ଅର୍ଥ ବହନ କରିବାକୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଥିଲା । ପିତାମାତାହୀନ ଶିଶୁଙ୍କୁ ଏହି ଯୋଜନା ସଶକ୍ତ କରିବା ସହ ସେମାନଙ୍କୁ ଭବିଷ୍ୟତରେ ଉପାର୍ଜନକ୍ଷମ କରାଇବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ରାଜ୍ୟର ପାଖାପାଖି ୧୬୦୦ ଅନାଥ ଶିଶୁ ଏହି ଯୋଜନାରେ ଉପକୃତ ହେବେ ବୋଲି କୁହାଯାଇଥିଲା । କୋଭିଡ୍ ସମୟରେ ରାଜ୍ୟ ସରକାର ବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଏହି ଯୋଜନାରେ ମାଗଣା ଶିକ୍ଷା ଓ ଭତ୍ତା ଘୋଷଣା କରିଥିଲେ ।

ତେବେ ଏହି ଯୋଜନାକୁ ନୂଆ ରୂପ ଦେବାକୁ ଉଚ୍ଚଶିକ୍ଷା ବିଭାଗ ପ୍ରୟାସ ଆରମ୍ଭ କରିଛି । ଏଥିପାଇଁ ୧୦ କୋଟି ବ୍ୟୟ ବରାଦ କରାଯାଇଥିବା ବେଳେ ଏହାର ଅବଧି ୨୦୨୭ ମସିହା ମାର୍ଚ୍ଚ ୩୧ ସୁଦ୍ଧା ସମାପ୍ତ ନେଇ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଆସନ୍ତା ୨୧ ତାରିଖରେ ଷ୍ଟାଣ୍ଡିଂ ଫାଇନାନ୍ସ କମିଟି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ଏହି ଯୋଜନା ବିଷୟରେ ସମୀକ୍ଷା କରିବେ ।

Get real time updates directly on you device, subscribe now.