fbpx

OSSC ଜେଇ ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ହେଲା ମାଷ୍ଟର ମାଇଣ୍ଡ

ଭୁବନେଶ୍ୱର: OSSC ଜେଇ ସିଭିଲ୍ ମେନ୍‌ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । ବାଲେଶ୍ୱର ପୋଲିସ ବିହାରରୁ ମାଷ୍ଟର ମାଇଣ୍ଡକୁ ଗିରଫ କରିଥିବା ସୂଚନା ମିଳିଛି । ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ପୋଲିସ ଗିରଫ କରିଥିଲା ।

ସୂଚନା ଅନୁଯାୟୀ, ଓଏସଏସସି ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଏବଂ ପରୀକ୍ଷା ପରିଚାଳନା କରୁଥିବା ବେଳେ କେମିତି ଦଲାଲ ପାଖକୁ ପ୍ରଶ୍ନପତ୍ର ଗଲା ତାର ଉତ୍ତର ମଧ୍ୟ ପୋଲିସ ପାଖରେ ନାହିଁ । ପ୍ରଶ୍ନପତ୍ର ଲିକର ସୋର୍ସ କଣ, କେଉଁ ସ୍ତରରୁ ଲିକ ହୋଇଛି ତାର ମଧ୍ୟ ସନ୍ଧାନ ପାଉନି ପୋଲିସ । ତେଣୁ କେଉଁ ତଦନ୍ତ ଆଧାରରେ ଓଏସଏସସି ସଂପୃକ୍ତିକୁ ସିଧାସଳଖ ମନା କରୁଛି ପୋଲିସ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇ ଉଠିଛି।

ଅନ୍ୟପଟେ ଏହି ଘଟଣାରେ ହଜାର ହଜାର ପରୀକ୍ଷାର୍ଥୀଙ୍କ ଭାଗ୍ୟ ନିର୍ଭର କରୁଥିବା ବେଳେ ଓଏସଏସସି ଏବଂ ସରକାରଙ୍କ ନିରବତାକୁ ନେଇ ମଧ୍ୟ ସନ୍ଦେହ ଘନୀଭୂତ ହେଉଛି। ଘଟଣାସ୍ଥଳରେ ଖାଲି ମାଷ୍ଟରମାଇଣ୍ଡକୁ ଗିରଫ କରାଯାଇନାହିଁ, ଏଥିସହ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ବିହାରରୁ ଗିରଫ କରାଯାଇଛି ।

Get real time updates directly on you device, subscribe now.