ନୂଆଦିଲ୍ଲୀ: ସରକାର ଖାଇବା ତେଲର ଆମଦାନୀ ଶୁଳ୍କ ମୂଲ୍ୟ ବୃଦ୍ଧି କରିବା ସତ୍ତ୍ବେ ବୁଧବାର ଦେଶର ତୈଳ ବଜାରରେ ବର୍ଷର ପ୍ରଥମ ବାଣିଜ୍ୟ ଅଧିବେଶନରେ ବୃଦ୍ଧି ପରିବର୍ତ୍ତେ ଅଶୋଧିତ Palm ତେଲ (ସିପିଓ) ଏବଂ ପାମୋଲିନ ତେଲର ମୂଲ୍ୟ ହ୍ରାସ ପାଇଛି। ଆମଦାନୀ ହୋଇଥିବା ତେଲର ମୂଲ୍ୟ ହ୍ରାସରେ ବ୍ୟବସାୟିକ ଭାବନା ପ୍ରଭାବିତ ହେଲା କାରଣରୁ cottonseed oil ମୂଲ୍ୟ ହ୍ରାସ ପାଇଲା। ଏଥିସହ ଆମଦାନୀ ଶୁଳ୍କ ମୂଲ୍ୟ ହ୍ରାସ ହେତୁ ସୋୟାବିନ୍ ତେଲ ଦର କମିଗଲା।
ଅନ୍ୟପକ୍ଷରେ, କପା ବିହନର ମୂଲ୍ୟ ବୃଦ୍ଧି ପାଇଁ CCI ର ନିଷ୍ପତ୍ତି ଚିନାବାଦାମ (ତେଲ ବିହନ) କୁ ପ୍ରଭାବିତ କରିଛି ଏବଂ ଏହାର ମୂଲ୍ୟରେ ସାମାନ୍ୟ ଉନ୍ନତି ଘଟିଛି। କିନ୍ତୁ ଚିନାବାଦାମର କମ ମୂଲ୍ୟ ପାଇଁ peanut oilର ମୂଲ୍ୟ ପୂର୍ବ ଭଳି ରହିଥିଲା। ପ୍ରଭାବିତ ବ୍ୟବସାୟିକ ଭାବନା ଯୋଗୁଁ ସୋରିଷ ତେଲ, ତୈଳବୀଜ ଏବଂ ସୋୟାବିନ ତେଲ ବିହନର ମୂଲ୍ୟ ମଧ୍ୟ ପୂର୍ବ ଭଳି ରହିଲା।
ରିପୋର୍ଟ ମୁତାବକ ସରକାର ଖାଦ୍ୟ ତୈଳର ଆମଦାନୀ ଶୁଳ୍କ ମୂଲ୍ୟରେ ବୃଦ୍ଧି କରିଛନ୍ତି ଏବଂ ସିପିଓର ଆମଦାନୀ ଶୁଳ୍କ ମୂଲ୍ୟ ୧୧୭ ଟଙ୍କା କ୍ୱିଣ୍ଟାଲ ପ୍ରତି ବୃଦ୍ଧି କରିଛନ୍ତି । ଅନ୍ୟପକ୍ଷେ ସୋୟାବିନ ଡୀଗମର ଆମଦାନୀ ଶୁଳ୍କ ମୂଲ୍ୟରେ କ୍ୱିଣ୍ଟାଲ ପିଛା ୨୮ ଟଙ୍କା କମ କରାଯାଇଛି । ଏହା ସରକାରଙ୍କ ଦ୍ୱାରା ନିଆଯାଇଥିବା ଉତ୍ତମ ନିଷ୍ପତ୍ତି ଅଟେ ।
ତୈଳ ବଜାରରେ ଏହି ପ୍ରକାର ରହିଛି ମୂଲ୍ୟ:
-ଶାରିଷ ତେଲ-କ୍ୱିଣ୍ଟାଲ ପିଛା ୬,୫୭୫-୬,୬୨୫ ଟଙ୍କା ରହିଛି ।
-ପିନଟ ତେଲ- କ୍ୱିଣ୍ଟାଲ ପିଛା୫,୯୦୦ ରୁ ୬,୨୨୫ ଟଙ୍କା ରହିଛି ।
-ରିଫାଇନ-କ୍ୱିଣ୍ଟାଲ ପିଛା ୨,୧୫୦-୨,୪୫୦ ଟଙ୍କା ରହିଛି ।
-ସୋୟାବିନ ତେଲ- କ୍ୱିଣ୍ଟାଲ ପିଛା ୧୨,୯୫୦ ଟଙ୍କା ।
-ପାମ ଅଏଲ- କ୍ୱିଣ୍ଟାଲ ପିଛା ୧୧, ୯୫୦ ଟଙ୍କା ।
ପାମୋଲିନ- କ୍ୱିଣ୍ଟାଲ ପିଛା ୧୪ ହଜାର ୧୦୦ ଟଙ୍କା ରହିଛି ।