ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ଆଜି ୩୦୭ ଜିଲ୍ଲା ପରିଷଦ ଜୋନର ଆସିବ ଫଳାଫଳ । ଆଜି ମଧ୍ୟ ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ବ୍ଲକରେ ଗୋଟିଏ ଗୋଟିଏ ଜୋନର ଗଣତି ହେବ । ପ୍ରଥମ ଦିନରେ ବିଜେଡ଼ି ସପକ୍ଷରେ ଜନମତ ରହିଛି । ୩୧୫ ଜିଲ୍ଲା ପରିଷଦ ଜୋନରୁ ୨୮୨ରେ ବିଜେଡି ଆଗୁଆ ରହିଛି । ବିଜେପି ୧୨ ଓ କଂଗ୍ରେସ ୧୬ଟି ଜୋନରେ ଆଗୁଆ ରହିଛି । ଅନ୍ୟ ପ୍ରାର୍ଥୀ ୫ଟି ଜୋନରେ ଆଗରେ ଅଛନ୍ତି ।
ଏହା ସହ ସୋହୋଲାରେ ବିଜେଡି ବିଜୟୀ ହୋଇଛଇ । ବରଗଡ଼ ଜିଲ୍ଲା ସୋହୋଲାର ଜୋନ ୧ରୁ ବିଜେଡିର ଜାଇଫୁଲ ସିଂ ବରିହା ବିଜୟୀ ହୋଇଛନ୍ତି । ସେହିପରି ରାୟଗଡ଼ ୧୨ ଜୋନରେ ବିଜେଡି ପ୍ରାର୍ଥୀ ଦାର୍ଜିନ ଶବର ୧୪୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହା ସହ କୋଟିଆରେ ସ୍ବାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । କୋରାପୁଟ କୋଟିଆରେ ସ୍ବାଧୀନ ପ୍ରାର୍ଥୀ ଟିକାଇ ଗେମେଲ ବିଜୟୀ । ସର୍ବଦଳୀୟ ପ୍ରାର୍ଥୀଙ୍କୁ ୩୭୦୦ ଭୋଟରେ ହରାଇଛନ୍ତି ଟିକାଇ ଗେମେଲ ।