Breaking: ନୃସିଂହଙ୍କ ବିସ୍ଫୋରକ ବୟାନ: ପାଣ୍ଡିଆନ୍ ମିଶିବା ପରେ ଦଳ କ୍ଷତିଗ୍ରସ୍ତ ହେଲା

ଭୁବନେଶ୍ୱର: ବିଜେଡି ନେତା ପ୍ରଫୁଲ ମଲ୍ଲିକଙ୍କ ପରେ ନୃସିଂହ ସାହୁଙ୍କ ବଡ଼ ବୟାନ । ପାଣ୍ଡିଆନଙ୍କ ପାଇଁ ଦଳ ହାରିଲା କହିଲେ ନୃସିଂହ ।

ପାଣ୍ଡିଆନଙ୍କ ଯୋଗଦେବା ପରେ ଦଳ କ୍ଷତିଗ୍ରସ୍ତ ହେଲା । ନବୀନ ୨ଟି ସ୍ଥାନରେ ଛିଡ଼ା ହେଲେ, ଯାହାକୁ ନେଇ ବିଜେପି ଅପପ୍ରଚାର କଲା ।

କିଛି ଲୋକ ଆମ ବୈଠକକୁ ଭୁଲ୍ ଚିତ୍ରଣ କରି ନବୀନଙ୍କୁ କହିଛନ୍ତି । ଆମେ ଯେତେବେଳେ ଏକାଠି ବସୁ ଦଳର ହିତ କଥା ଚିନ୍ତା କରୁ ।

ଅତନୁ, ସଞ୍ଜୟଙ୍କ ଭଳି ନେତା ଆଗରୁ ହୋଟେଲରେ ବୈଠକ କରିଛନ୍ତି । ନବୀନଙ୍କୁ ଜଣାଇଛୁୁ, ସସ୍ମିତ ଯାହା କଲେ ଠିକ୍ କଲେନି ।

କାର୍ଯ୍ୟାନୁଷ୍ଠାନ ପାଇଁ ସଭାପତିଙ୍କୁ କହିଛୁ, ସେ ବିଚାର କରିବେ ।