fbpx

Parenting Tips: ପିତାଙ୍କ ଏହି କଥା ପିଲାଙ୍କୁ କରିଥାଏ ଦାୟିତ୍ୱବାନ

Advertisement

ଓଡ଼ିଶା ଭାସ୍କର: ‘ପିତା’ କେବଳ ଏକ ଶବ୍ଦ ନୁହେଁ । ଆକାଶ ପରି ବିସ୍ତାର ଏହାର ଅର୍ଥ । ପିଲାମାନଙ୍କୁ ଉଚିତ ମାର୍ଗଦର୍ଶନ ଦେବା ସହ ଉତ୍ତମ ସଂସ୍କାର ଏବଂ ଦାୟିତ୍ୱବାନ କରିବା ପ୍ରତ୍ୟେକ ମାତା ପିତାଙ୍କ ଦାୟିତ୍ୱ ଅଟେ । କିନ୍ତୁ ଅଧିକାଂଶ ପିଲାମାନଙ୍କ ପାଇଁ ସେମାନଙ୍କ ବାପା ରୋଲ ମେଡ଼େଲ ଥାନ୍ତି । ପିଲାମାନଙ୍କ ଜୀବନ ଉପରେ ପିତାର ପ୍ରଭାବ ଅଧିକ ପଡ଼ିଥାଏ । ଜଣେ ପିତା ବାହାରୁ ଯେତେ କଠୋର ହେଲେ ମଧ୍ୟ ଦୃହୟରୁ ସନ୍ତାନମାନଙ୍କୁ ବେଶି ଭଲ ପାଇଥାନ୍ତି । ସେମାନେ ସବୁବେଳେ ପିଲାମାନଙ୍କୁ ଜୀବନର କଠୋରତା ସହ ପିଲାମାନଙ୍କୁ ସାମ୍ନା କରିବା ପାଇଁ ଉତ୍ସାହିତ କରିଥାନ୍ତି । ସନ୍ତାନମାନଙ୍କ ଭବିଷ୍ୟତ ଗଢ଼ିବା ଦିଗରେ ପତାଙ୍କୁ ଅଧିକ ଯତ୍ନବାନ ଓ ସଜାଗ ରହିବାକୁ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା ଜଣେ ପିତା ହିସାବରେ ପିଲାମାନଙ୍କ ପ୍ରତି କଣ ସବୁ ଦାୟିତ୍ୱ ରହିଛି :

୧. ସମ୍ମାନ କରିବା: ଛୋଟ ପିଲା ହୁଅନ୍ତୁ କିମ୍ବା ଗୁରୁଜନ ସମସ୍ତଙ୍କୁ ସମ୍ମାନ କରିବା ଉଚିତ । ଅନ୍ୟ ବ୍ୟକ୍ତିକୁ ସମ୍ମାନ ଦେବା ପ୍ରତିବଦଳରେ ଆପଣଙ୍କୁ ବି ସମ୍ମାନ ମିଳିଥାଏ ।

୨. ଭୁଲକୁ ସ୍ୱିକାର କରିବା: ପିଲାମାନଙ୍କର ଭୁଲରେ ସେମାନଙ୍କ ପକ୍ଷ ନିଅନ୍ତୁ ନାହିଁ । ଏହା ଦ୍ୱାରା ପିଲାମାନେ ଅଧିକ ଜିଦିଆ ହେବା ସହ ଛୋଟ ଛୋଟ କଥାରେ ସମସ୍ତଙ୍କ ସହ ଝଗଡ଼ା କରିବାକୁ ପଛାନ୍ତି ନାହିଁ । ଜଣେ ଭଲ ବାପା ହିସାବରେ ପିଲାମାନଙ୍କୁ ଶିଖାନ୍ତୁ ଯେ ନିଜ ଭୁଲ ସ୍ୱିକାର କରିବା ଦ୍ୱାରା କେହି ଛୋଟ ହୋଇଯାଇ ନଥାଏ ।

୩. ହାରିବା ଜରୁରୀ: ସାଧାରଣତଃ ପିଲାମାନେ କୌଣସି ପରୀକ୍ଷା ବା ପ୍ରତିଯୋଗିିତାରେ ହାରିଗଲେ ନିରାଶ ହୋଇଯାଇଥାନ୍ତି । ସେମାନେ ପରାଜୟକୁ ଜୀବନର ଶେଷ ଲକ୍ଷ ବୋଲି ଭାବି ନିଅନ୍ତି ଏବଂ ପରିଶ୍ରମ କରିବା ବୃଥା ମନେ କରନ୍ତି । ପିତାମାନେ ଏଭଳି ସ୍ଥିତିରେ ପିଲାମାଙ୍କର ଆତ୍ମବିଶ୍ୱାସକୁ ଦୃଢ଼ କରିବା ସହ ଚେଷ୍ଟା କରିବା ପାଇଁ ପ୍ରେରଣା ଦେବା ଉଚିତ । ପିଲାମାନଙ୍କୁ ବୁଝେଇବା କଥା ଯେ ଜୀବନ ଦୌଡ଼ରେ ଜିତିବା ପାଇଁ ବେଳେ ବେଳେ ହାରିବା ଜରୁରୀ ହୋଇଥାଏ ।

୪. ଭଲପାଇବା ପ୍ରକାଶିତ କରନ୍ତୁ: ଅଧିକାଂଶ ସମୟରେ ପିତାମାନେ କାର୍ଯ୍ୟବ୍ୟସ୍ତତା କାରଣରୁ ପିଲାମାନଙ୍କ ସହ ବିଶେଷ ସମୟ ବିତାଇପାରନ୍ତି ନାହିଁ । ବେଳେ ବେଳେ ସ୍ୱଭାବ ଅନୁଯାୟୀ ପିଲାମାନଙ୍କ ଉପରେ ଚିଡ଼ଚିଡ଼ ହେବା ସହ ରାଗିଯାନ୍ତି । ଫଳରେ ପିତାଙ୍କ ଠାରୁ ଦୂରେଇ ରହିବା ପସନ୍ଦ କରିଥାନ୍ତି । ଏହା ପିତା ଓ ସନ୍ତାନର ସମ୍ପର୍କ ଉପରେ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.