fbpx

ସିଡନୀ-ନୂଆଦିଲ୍ଲୀ ବିମାନରେ ଅଧିକାରୀଙ୍କୁ ଚାପୁଡ଼ା ମାରିଲେ ଯାତ୍ରୀ, ମୋଡିଦେଲେ ବେକ: ଜାଣନ୍ତୁ ପୁରା ମାମଲା

ନୂଆଦିଲ୍ଲୀ: ସିଡନୀରୁ ନୂଆଦିଲ୍ଲୀକୁ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଅଧିକାରୀଙ୍କ ସହ ଅସଦାଚରଣ ଏବଂ ଚାପୁଡ଼ା ମାରିବା ମାମଲା ସାମ୍ନାକୁ ଆସିଛି । ଏହି ଘଟଣା ୯ ଜୁଲାଇର ବୋଲି କୁହାଯାଉଛି । ଏଡି ଘଟଣା ସେତେବେଳେ ଘଟିଥିଲା, ଯେତେବେଳେ ଖରାପ ସିଟ୍ ଯୋଗୁଁ ଅଧିକାରୀଙ୍କୁ ବିଜନେସ୍ କ୍ଲାସରୁ ଇକୋନୋମୀ କ୍ଲାସକୁ ସ୍ଥାନାନ୍ତର କରାଯାଇଥିଲା ।

ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଯେତେବେଳେ ଏୟାର ଇଣ୍ଡିଆର ଅଧିକାରୀ ଇକୋନୋମୀ କ୍ଲାସରେ ବସିଥିଲେ, ସେତେବେଳେ ସେ ତାଙ୍କ ପାଖରେ ବସିଥିବା ଯାତ୍ରୀଙ୍କୁ ଅଳ୍ପ ସ୍ୱରରେ କହିବାକୁ କହିଥିଲେ । ଅଭିଯୋଗ ହୋଇଛି ଯେ, ଏହା କହିବା ପରେ ଯାତ୍ରୀ ଅଧିକାରୀଙ୍କୁ ଚାପୁଡ଼ା ମାରିବା ସହ ବେକକୁ ମୋଡ଼ି ଦେଇ ତାଙ୍କ ସହ ଅସଦାଚରଣ କରିଥିଲେ ।

ସୂଚନାନୁସାରେ, ଏୟାର ଇଣ୍ଡିଆ ଅଧିକାରୀଙ୍କୁ ଇକୋନାମୀ କ୍ଲାସରେ ୩୦-ସି ସିଟ୍ ବଣ୍ଟନ କରାଯାଇଥିଲା । ଅନ୍ୟ ଯାତ୍ରୀମାନେ ମଧ୍ୟ ଥିବାରୁ ସେ ଧାଡି ୨୫ ରେ ବସିବାକୁ ପସନ୍ଦ କରିଥିଲେ ବୋଲି ସୂତ୍ରରୁ ପ୍ରକାଶ । ଏହି ସମୟରେ ଅଧିକାରୀ ତାଙ୍କ ସହ-ଯାତ୍ରୀଙ୍କୁ ଧିରେ କଥା ହେବାକୁ ଅନୁରୋଧ କରିଥିଲେ । କିନ୍ତୁ ସେ ଅଧିକାରୀଙ୍କୁ ଚାପୁଡ଼ା ମାରିବା ସହ ମୁଣ୍ଡ ବୁଲାଇ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ସୂଚନାନୁସାରେ, ଅଭିଯୁକ୍ତ ଯାତ୍ରୀ ଜରୁରୀକାଳୀନ ଉପକରଣରେ ଲାଗୁଥିଲେ ଏବଂ କରିଡରରେ ମୁକ୍ତ ଭାବରେ ବୁଲୁଥିଲେ ।

ଏକ ସରକାରୀ ବିବୃତ୍ତିରେ ଏୟାର ଇଣ୍ଡିଆର ମୁଖପାତ୍ର ଏହି ଘଟଣାର ତଦନ୍ତ କରିବାକୁ କହିଛନ୍ତି । ବିମାନ ଚଳାଚଳ ନିୟାମକ ମହାନିର୍ଦେଶକ ସିଭିଲ ଆଭିଏସନ (ଡିଜିସିଏ) କୁ ଏନେଇ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.