ଓଡ଼ିଶାରେ ଆଶ୍ଚର୍ଯ୍ୟ! କୂଅରୁ ପାଣି ନୁହେଁ, ବାହାରୁଛି ପେଟ୍ରୋଲ, ଭୟରେ ଜନସାଧାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରିପାରି ନଥାନ୍ତି । ତେବେ କୂଅରୁ ପେଟ୍ରୋଲ ବାହାରୁଥିବା ଏକ ଖବର ସାମ୍ନାକୁ ଆସିଛି । ଏହି ଘଟଣାଟି ଆପଣମାନଙ୍କୁ ଚକିତ କରିଦେଇପାରେ, ମାତ୍ର ଏହା ସମ୍ପୂର୍ଣ୍ଣ ଭାବେ ସତ । କୂଅରୁ ମେଞ୍ଚା ମେଞ୍ଚା ପେଟ୍ରୋଲ ବାହାରିବା ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।

ସୂଚନା ମୁତାବକ, ଓଡ଼ିଶାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ନୂଆପଡ଼ା ଜିଲ୍ଲା ସିନାପାଲି ରାମଛକ ସହିଦପଡ଼ାରେ ଏକ କୂଅରୁ ମେଞ୍ଚ ମେଞ୍ଚା ପେଟ୍ରୋଲ ବାହାରୁଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି ପେଟ୍ରୋଲ ମିଶା ପାଣିକୁ ନେଇ ଲୋକମାନେ ଏବେ ଆତଙ୍କ ମଧ୍ୟରେ ରହିଛନ୍ତି । ଉକ୍ତ ପେଟ୍ରୋଲ ମିଶା ପାଣିରେ ନିଆଁ ଲାଗୁଥିବା ଜଣାପଡ଼ିଛି । ରୋଷେଇ କାର୍ଯ୍ୟ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର କାର୍ଯ୍ୟ ପାଇଁ ଲୋକମାନେ କୂଅ ପାଣି ଉପରେ ନିର୍ଭର କରୁଥିବା ବେଳେ ପାଣି ବଦଳରେ ପେଟ୍ରୋଲ ବାହାରିବା ଏବେ ସେମାନଙ୍କୁ ଚିନ୍ତାରେ ପକାଇ ଦେଇଛି । ତେବେ ଉକ୍ତ କୂଅ ନିକଟରେ ଶ୍ରୀରାମ ଛକରେ ଏକ ପେଟ୍ରୋଲ ପମ୍ପ ରହିଥିବା ବେଳେ ସେହି ଟାଙ୍କିରୁ ପେଟ୍ରୋଲ ଲିକ୍ ହୋଇ କୂଅକୁ ଆସୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ତେଣୁ ଏଭଳି ସ୍ଥିତିରେ ପେଟ୍ରୋଲ ଟ୍ୟାଙ୍କକୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରିତ କରିବା ପାଇଁ ଲୋକମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.