‘ଜମ୍ମୁ-କାଶ୍ମୀରରେ ପ୍ରଥମ ଥର ପାଳନ ହେଲା ସମ୍ବିଧାନ ଦିବସ’, ସୁପ୍ରିମକୋର୍ଟଙ୍କ କାର୍ଯ୍ୟକ୍ରମରେ ଏପରି କହିଲେ ପିଏମ ମୋଦୀ

ନୂଆଦିଲ୍ଲୀ: ୭୫ତମ ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କର ଏକ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ । ଏହି ସମୟରେ ସେ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଭାରତୀୟଙ୍କୁ ତତକ୍ଷଣାତ୍ ନ୍ୟାୟ ମିଳୁ, ଏଥିପାଇଁ ନୂଆ ନ୍ୟାୟ ସଂହିତା ଲାଗୁ କରାଯାଇଛି । ଦଣ୍ଡ ଆଧାରିତ ବ୍ୟବସ୍ଥା ବର୍ତ୍ତମାନ ନ୍ୟାୟ ଆଧାରିତ ବ୍ୟବସ୍ଥାରେ ପରିଣତ ହୋଇଛି । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଯେ, ଜାମ୍ମୁ-କାଶ୍ମୀରରେ ପ୍ରଥମ ଥର ସମ୍ବିଧାନ ଦିବସ ପାଳନ କରାଯାଇଛି ।

ପିଏମ ମୋଦୀ କହିଛନ୍ତି ଯେ, ଆମ ସମ୍ବିଧାନ ଦେଶର ସବୁ ଆଶା ଏବଂ ଆବଶ୍ୟକତାକୁ ପୂରଣ କରିଛି । ସମ୍ବିଧାନର ଶକ୍ତି କାରଣରୁ ହିଁ ଆଜି ବାବା ସାହେବଙ୍କ ସମ୍ବିଧାନ ଜାମ୍ମୁ-କାଶ୍ମୀରରେ ସଂପୂର୍ଣ୍ଣ ଭାବେ ଲାଗୁ ହୋଇପାରିଛି । ପ୍ରଥମଥର ଜାମ୍ମୁ-କାଶ୍ମୀରରେ ସମ୍ବିଧାନ ଦିବସ ପାଳନ କରାଯାଇଛି । ଆଜି ଭାରତ ପରିବର୍ତ୍ତନ ବହୁତ ଭଲଭାବେ ଗତି କରୁଛି ଏବଂ ଭାରତର ସମ୍ବିଧାନ ଆମକୁ ରାସ୍ତା ଦେଖାଉଛି । ଏହା ଆମ ପାଇଁ ଏକ ମାର୍ଗଦର୍ଶକ ସାଜିଛି।