‘କାଶୀରେ କରାଯାଇଥିଲା ମୋ ମୃତ୍ୟୁ କାମନା’: ବାରଣାସୀରେ ବିରୋଧୀଙ୍କ ଉପରେ ବର୍ଷିଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ବୁଥ ବିଜୟ ସମ୍ମିଳନୀ ପାଇଁ ବନାରସ ପହଞ୍ଚିଥିଲେ । ବନାରସରେ କାଶୀ ବିଶ୍ୱନାଥ ଧାମ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ସେଠାରେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ସେ ଅଖିଳେଶ ଯାଦବଙ୍କ ଉପରେ ବର୍ଷିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱନାଥ ଧାମର ଲୋକାର୍ପଣ ସମୟରେ ମୋର ମୃତ୍ୟୁ ପାଇଁ କାମନା କରାଯାଇଥିଲା ।

ପିଏମ ମୋଦୀ କାହାର ନାଁ ନନେଇ କହିଥିଲେ ଯେ କିଛି ଲୋକ ଏତେ ତଳକୁ ଖସିଯାଇଥିଲେ । ସେ କହିଥିଲେ ମୃତ୍ୟୁ କାମନରେ ମତେ ଆନନ୍ଦ ଆସିଥିଲା । ମୋଦୀ ଭାବବିହ୍ୱଳ ହୋଇ କହିଥିଲେ ଯେ ମୋର ମୃତ୍ୟୁ ପର୍ଯ୍ୟନ୍ତ କାଶୀ କିମ୍ବା କାଶୀର ଲୋକମାନେ ମତେ ଛାଡ଼ିବେନାହିଁ । ଯଦି ଭକ୍ତଙ୍କ ସେବା କରିବି ତାହାଠାରୁ ଭଲ କ’ଣ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋନ୍ଧିତ କରି କହିଛନ୍ତି ଯେ ବନାରସ ହେଉଛି ଜୀବିତ ସହର । ପରିବାରବାଦୀ ଲୋକମାନେ ଏଠାରୁ ମୁକ୍ତିର ମାର୍ଗ ଖୋଲିଥାଏ । ମରିବା ପର୍ଯ୍ୟନ୍ତ କାଶୀର ସେବା କରିବି ।

ଉଲ୍ଲେଖଯୋଗ୍ୟ, ଶ୍ରୀକାଶୀ ବିଶ୍ୱନାଥ ଧାମ ଲୋକାର୍ପଣ ସମୟରେ ସମାଜବାଦୀ ପାର୍ଟୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିଲେ । ଅଖିଳେଶ ସେତେବେଳେ କହିଥିଲେ ଯେ ଶେଷ ସମୟରେ ଲୋକଙ୍କ କାଶୀରେ ରହିବା ଦରକାର । ଆଉ ସେତେବେଳେ କହିଥିବା ଅଖିଳେଶଙ୍କ ବୟାନର ପାଲଟା ଜବାବ ଆଜି ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।