ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୋଲିସ ପୁଣି ଥରେ ଚର୍ଚ୍ଚାରେ ରହିଛି। ଚୋରକୁ ନ ଖୋଜି, ସିଧାସଳଖ କୋର୍ଟର ଜଜଙ୍କୁ ହିଁ ଅଭିଯୁକ୍ତ କରିଦେଲା ପୋଲିସ। ରିପୋର୍ଟ ମୁତାବକ, କୋର୍ଟ ଏକ ଚୋରିର ଅଭିଯୁକ୍ତ ରାଜକୁମାର ଓରଫ ପପ୍ପୁ ବିରୋଧରେ ସିଆରପିସିର ଧାରା ୮୨ ଅନୁଯାୟୀ, ହାଜର କରିବାର ଉଦଘୋଷଣା ପତ୍ର ଜାରି କରିଥିଲେ।
ଏହି ପ୍ରକ୍ରିୟା ସେତେବେଳେ ଗ୍ରହଣ କରାଯାଏ, ଯେତେବେଳେ କୌଣସି ଅଭିଯୁକ୍ତ ଫେରାର ହୋଇଯାଇଥିବେ ଏବଂ ତାଙ୍କର ଗିରଫ ସମ୍ଭବ ନଥିବ। ହେଲେ ଯେଉଁ ପୋଲିସ ଅଫିସରଙ୍କୁ ଏହି ପ୍ରୋକ୍ଲାମେସନକୁ ପରିବେଷଣ କରିବାକୁ ଥିଲା, ସେ ସେହି ଜଜଙ୍କ ନାମ ଅଭିଯୁକ୍ତ ଭାବେ ଲେଖିଲା, ଯିଏ ଏହି ନିର୍ଦ୍ଦେଶ ଜାରି କରିଥିଲେ।
ସବ୍-ଇନସ୍ପେକ୍ଟର ବନୱାରୀଲାଲ ଏହି ପ୍ରୋକ୍ଲାମେସନକୁ non-bailable warrant ଭାବି, ଜଜ ନଗମା ଖାନଙ୍କୁ ଖୋଜିବାରେ ବାହାରିପଡ଼ିଲେ। କୋର୍ଟରେ ଯେତେବେଳେ ୨୩ ମାର୍ଚ୍ଚରେ ଫାଇଲ ଜାରି ଜାରି ହେଲା, ଏଠାରେ ଏକ ଆଶ୍ଚର୍ଯ୍ୟଜନକ ମାମଲାର ଖୁଲାସା ହୋଇଥିଲା।
ଥାନାଅଧିକାରୀ ରିପୋର୍ଟରେ ଲେଖିଥିଲେ ଯେ, ଅଭିଯୁକ୍ତ ନଗମା ଖାନ ତାଙ୍କ ଘରେ ମିଳିଲେ ନାହିଁ। ଦୟାକରି ଆଗାମୀ ଶୁଣାଣି କରନ୍ତୁ। କୋର୍ଟ ଏହି ଭୁଲକୁ ଗଭୀର ବାବେ ନେଇ କହିଛନ୍ତି ଯେ, ଯେଉଁ ଅଫିସରଙ୍କୁ ପ୍ରୋକ୍ଲାମେସର ପରିବେଷଣ କରିବାର ଥିଲା ସେ ପ୍ରକ୍ରିୟାକୁ ବୁଝିପାରିଲେ ନାହିଁ।
କିମ୍ବା କାହା ବିରୁଦ୍ଧରେ ଆଦେଶ ଜାରି କରାଯାଇଥିଲା ସେ ତାହା ମଧ୍ୟ ଜାଣିନଥିଲେ। ଏହା ହେଉଛି କର୍ତ୍ତବ୍ୟର ଅବହେଳା।
କୋର୍ଟ ନିର୍ଦ୍ଦେଶରେ ଆହୁରି କହିଛନ୍ତି ଯେ, ଯଦି ଏହାକୁ ଅବହେଳା କରିଥିବା ପୋଲିସକର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ ନାହିଁ, ତେବେ ଏହା ଅନ୍ୟ କାହାର ମୌଳିକ ଅଧିକାରକୁ ନଷ୍ଟ କରିପାରେ।