ବାଙ୍କୀ: କଟକ- ଭୁବନେଶ୍ୱର ପରେ ଏବେ ପାଳି ପଡ଼ିଛି ବାଙ୍କୀର । ବଙ୍ଗଲାଦେଶୀଙ୍କ ଯୁବତୀଙ୍କ ଦେହକାରବାର ଉପରୁ ଧୀରେ ଧରେ ଗୁମର ଖୋଲିବାରେ ଲାଗିଥିବାବେଳେ, ବାଙ୍କୀ କଳାପଥରରେ ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ଗ୍ରାହକ ବେଶରେ ଯାଇ ଅଭିଯୁକ୍ତଙ୍କୁ ଧରିଲେ ଥାନା ଅଧିକାରୀ । ସମ୍ପୃକ୍ତ ୨ ଯୁବତୀଙ୍କ ସହ ୨ ଯୁବକଙ୍କୁ ପୋଲିିସ ବାନ୍ଧିଛି । ପୋଲିସ ଟିମ୍ ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି । କଳାପଥରରୁ ଠାବ ସେକ୍ସ ର୍ୟାକେଟର ଚେର କେତେବାଟ ଲମ୍ବିଛି ତାହା ଆଗାମୀ ଦିନରେ ଜଣାପଡ଼ିବ ।
ଗତକିଛିଦିନ ହେବ ରାଜ୍ୟରେ ଦେହକାରବାର ବଢ଼ିବା ନେଇ ଖବର ପ୍ରସାର ହେବାରେ ଲାଗିଛି । ବାଙ୍ଗଲାଦେଶରୁ ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ଓଡ଼ିଶାରେ ଦେହ କାରବାର କରାଯାଉଥିବା ଅଭିଯୋଗ ହୋଇଥିଲା । ଯାହାପରେ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଘଟଣା ସମ୍ପର୍କରେ ପୋଲିସ ଅଧିକ ଛାନଭିନ୍ ଜାରି ରଖିଥିବାବେଳେ ୧୦ରୁ ଅଧିକ ଦଲାଲ୍ ଏ ମାମାଲାରେ ଗିରଫ ହୋଇଛନ୍ତି ।