fbpx

ପ୍ରଦୀପ ଜେନା ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ: ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପ୍ରଶାସନିକ କ୍ଷେତ୍ରରୁ ଏକ ବଡ଼ ଅପଡେଟ୍ ଆସିଛି । ପ୍ରଦୀପ ଜେନା ହେବେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ । ବର୍ତ୍ତମାନ ପ୍ରଦୀପ ରାଜ୍ୟ ସରକାରଙ୍କ ସ୍ପେଶାଲ ରିଲିଫ୍ କମିଶନର (ଏସଆରସି) ଦାୟିତ୍ୱରେ ରହିଛନ୍ତି । ସେ ଆସନ୍ତା ମାସ ୧ ତାରିଖରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ପ୍ରଦୀପଙ୍କ ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗତ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବର୍ତ୍ତମାନ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ରହିଥିବା ସୁରେଶ ମହାପାତ୍ର ଆସନ୍ତା ୨୮ ତାରିଖରେ କାର୍ଯ୍ୟରୁ ଅବସର ଗ୍ରହଣ କରିବେ । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ମୁଖ୍ୟ ସଚିବଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରୁ ପ୍ରଦୀପ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ଏହା ପୂର୍ବରୁ ପ୍ରଦୀପ ଡିସି-କମ୍ ଏସିଏସ, ଯୋଜନା ଓ ଆବରଣ ବିଭାଗର ସଚିବ, କୃଷି ଉତ୍ପାଦନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ, ଓସଡମାର ଏମଡି ଆଦି ଦାୟିତ୍ୱରେ ରହିଥିଲେ ।

୧୯୮୯ ମସିହାର ଆଇଏଏସ୍ ଅଫିସର ପ୍ରଦୀପ ରାଜ୍ୟ ସରକାରଙ୍କ ଏସଆରସି ଭାବେ ନିଜର ଦାୟିତ୍ୱ ସୁଚାରୁରୂପେ ତୁଲାଇଥିଲେ । ସେହିପରି ଜଳ ସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦାୟିତ୍ୱରେ ଥିବା ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର କମ୍ ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତି ମିଳିଛି । ଶ୍ରୀମତୀ ଗର୍ଗ ନିଜ ଦାୟିତ୍ୱ ସହିତ ଜଳ ଉତ୍ସ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ ଦାୟିତ୍ୱ ସମ୍ଭାଳିବେ ।

Get real time updates directly on you device, subscribe now.