fbpx

ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ପୂର୍ବ ସ୍ୱାମୀଙ୍କଠାରୁ ଆଜୀବନ ଗୁଜୁରାଣ ଭତ୍ତା ପାଇବାର ଅଧିକାର ଅଛି: ହାଇକୋର୍ଟ

ନୂଆଦିଲ୍ଲୀ: ଛାଡ଼ପତ୍ର ହୋଇଥିବା ମୁସଲମାନ ମହିଳାଙ୍କ ଗୁଜୁରାଣ ଭତ୍ତାକୁ ନେଇ ଆହ୍ଲାବାଦ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କୋର୍ଟ ନିଜର ଏକ ଆଦେଶରେ କହିଛନ୍ତି ଯେ, ଜଣେ ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳା କେବଳ ତାଙ୍କ ସ୍ୱାମୀଙ୍କଠାରୁ କେବଳ ଇଦଦତ ପର୍ଯ୍ୟନ୍ତ ନୁହେଁ ବରଂ ତାଙ୍କ ଜୀବନସାରା ପାଇଁ ଗୁଜୁରାଣ ଭତ୍ତା ପାଇବାକୁ ହକଦାର ।

ଜଣେ ଛାଡ଼ପତ୍ର ପାଇଥିବା ମୁସଲମାନ ମହିଳାଙ୍କୁ ଦ୍ୱିତୀୟ ବିବାହ କରିବା ପର୍ଯ୍ୟନ୍ତ ବା ଜୀବନସାରା ନିଜ ପୂର୍ବ ସ୍ୱାମୀଠାରୁ ଗୁଜୁରାଣ ଭତ୍ତା ପାଇବାର ଅଧିକାର ରହିଛି । କୋର୍ଟ କହିଛନ୍ତି ଯେ, ଗୁଜୁରାଣ ଭତ୍ତା ଏପରି ହେବା ଉଚିତ୍ ଯେପରି ସେ ଛାଡ଼ପତ୍ର ପୂର୍ବରୁ ଜୀବତ ବିତାଉଥିଲେ, ସେପରି ବିତାଇ ପାରିବେ ।

କେବଳ ଇଦଦତ ପର୍ଯ୍ୟନ୍ତ ଗୁଜୁରାଣ ଭତ୍ତା ଦେବା ପାଇଁ ଗଜୀପୁରର ପ୍ରଧାନ ଜଜ୍ ଫ୍ୟାମିଲି କୋର୍ଟଙ୍କ ଆଦେଶକୁ ବେଆଇନ କହିଛନ୍ତି କୋର୍ଟ । ଏହା ସହିତ ଏହି ଆଦେଶକୁ ବାତିଲ କରାଯାଇଛି । କୋର୍ଟ କହିଛନ୍ତି ଯେ, ଆଇନଗତ ବ୍ୟବସ୍ଥା ଏବଂ ପ୍ରମାଣକୁ ସଠିକ୍ ଭାବରେ ନବୁଝି କୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । କୋର୍ଟ କହିଛନ୍ତି ଯେ, ମୁସଲିମ ମହିଳା ସୁରକ୍ଷା ଆଇନ ଅନୁଯାୟୀ ମାଜିଷ୍ଟ୍ରେଟଙ୍କୁ ଏକ ଆବେଦନ କରିପାରନ୍ତି । କୋର୍ଟ କହିଛନ୍ତି ଯେ, ମୁସଲିମ ମହିଳା ୧୯୮୬ର ଧାରା ୩(୨) ଅନୁଯାୟୀ ମାଜିଷ୍ଟ୍ରେଟଙ୍କ ନିକଟରେ ତାଙ୍କ ପୂର୍ବତନ ସ୍ୱାମୀଙ୍କଠାରୁ ଗୁଜୁରାଣ ଭତ୍ତା ପାଇବାକୁ ଆବେଦନ କରିପାରିବେ ।

ଜାହିଦ ଖାତୁନ ନାମକ ଜଣେ ମହିଳା କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ, ଯାହାର ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ । କୋର୍ଟ ସକ୍ଷମ ମାଜିଷ୍ଟ୍ରେଟଙ୍କୁ ନିୟମ ଅନୁଯାୟୀ ଗୁଜୁରାଣ ଭତ୍ତା ଓ ମେହେର ରାଶି ଫେରସ୍ତ ଉପରେ ତିନି ମାସ ମଧ୍ୟରେ ନିର୍ଦ୍ଦେଶ ପାରିତ ନିର୍ଦ୍ଦେଶ ଦେଇଛନ୍ତି । ସେ ପର୍ଯ୍ୟନ୍ତ କୋର୍ଟ ଆବେଦନକାରୀ ଜାହିଦ ଖାତୁନଙ୍କ ସ୍ୱାମୀଙ୍କୁ ନିଜ ଛାଡପତ୍ର ପାଇଥିବା ପତ୍ନୀଙ୍କୁ ମାସିକ ୫୦୦୦ ଟଙ୍କା ଅନ୍ତରୀଣ ଗୁଜୁରାଣ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଏସପି କେଶରୱାନି ଏବଂ ଜଷ୍ଟିସ ଏମଏଏଚ ଇଦରିସିଙ୍କ ଏକ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.