fbpx

କାହିଁକି ଗର୍ଭବତୀ ମହିଳା କଫି ପିଇଲେ ପିଲାଙ୍କ ଉଚ୍ଚତାରେ ପଡିଥାଏ ପ୍ରଭାବ , ରିସର୍ଚରୁ ମିଳିଲା ସୂଚନା

Advertisement

ସାଧାରଣତଃ ଗର୍ଭବତୀ ମହିଳାଙ୍କ ଖାଦ୍ୟପେୟରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ଗର୍ଭଧାରଣ ସମୟରେ କଣ ଖାଇବା ଉଚିତ କଣ ଖାଇବା ଉଚିତ ନୁହେଁ ଏଥିପ୍ରତି ଧ୍ୟାନ ଦିଆଯାଇଥାଏ । ତେବେ କିଛି ମହିଳା ପ୍ରେଗେନ୍ସି ସମୟରେ କଫି ଓ ଚକଲେଟ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହାକୁ ଖାଇଲେ ପେଟରେ ରହିଥିବା ପିଲା ଉପରେ ଏହା ପ୍ରଭାବ ପକାଇଥାଏ । ଏହା ଏକ ରିସର୍ଚ ଷ୍ଟଡିରୁ ଜଣାପଡିଛି । ଏହି ରିସର୍ଚ ଅନୁସାରେ ଯଦି ଗର୍ଭବତୀ ମହିଳା କଫିନକୁ ସେବନ କରୁଛି ତେବେ ପେଟରେ ଥିବା ପିଲାର ହାଇଟ କମି ଯାଇଥାଏ ।

ସୂଚନା ମୁତାବକ, ଗର୍ଭଧାରଣକୁ ନେଇ ହୋଇଥିବା ନୂତନ ଷ୍ଟଡି କହୁଛି ଯେ, ପ୍ରେଗେନ୍ସି ସମୟରେ ଯଦି କଫି ସେବନ କରୁଛି ମାଆ ତେବେ ତା ପିଲାର ବିକାଶ ହେବାରେ ଏହା ଖରାପ ପ୍ରଭାବ ପକାଇଥାଏ । ଯାହାଦ୍ୱାରା ସେହି ପିଲାର ୧ଇଂଚ ହାଇଟ କମିଯାଇଥାଏ । ଏହା ଷ୍ଟଡି JAMA ରେ ପ୍ରକାଶିତ ହୋଇଛି । ତେବେ ଏହା ଉପରେ କିଛି ଗର୍ଭବତୀ ମହିଳାଙ୍କୁ ନେଇ ରିସର୍ଚ କରାଯାଇଥିଲା । ଯେଉଁ ମାଆମାନେ ଗର୍ଭଧାରଣ ସମୟରେ ବହୁଳ ପରିମାଣରେ କଫିନ ସେବନ କରିଛନ୍ତି ସେମାନଙ୍କ ପିଲାର ହାଇଟ ଅନ୍ୟ ପିଲାମାନଙ୍କ ହାଇଟ ତୁଳନାରେ ଏକଇଂଚ କମ ରହିଛି । ଏହାଛଡା ପିଲାମାନଙ୍କର ବିକାଶରେ ମଧ୍ୟ କଫିନର ପ୍ରଭାବ ଦେଖିବାକୁ ମିଳିଛି । କଫିନ ପାଇଁ ଗର୍ଭବତୀ ମହିଳାଙ୍କ ଅଳ୍ପ ମୁଣ୍ଡବିନ୍ଧା ସହ ନିଦ ହେବାରେ ଅଶୁବିଧା ଦେଖିବାକୁ ମିଳିଥିଲା ।

କଫିନ ସେବନକୁ ନେଇ ରିସର୍ଚରେ ମତଭେଦ

ପ୍ରେଗେନ୍ସି ସମୟରେ କଫିନ ସେବନ ଉଚିତ କି ଉଚିତ ନୁହେଁ ଏହାକୁ ନେଇ ରିସର୍ଚର ମାନଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା ! କିଛି ରିସର୍ଚର କୁହନ୍ତି ଗର୍ଭଧାରଣ ସମୟରେ କଫି ପିଇପାରିବେ ହେଲେ କିଛି ରିସର୍ଚ କହିଛନ୍ତି ଯେ, କଫିନ ପିଇଲେ ଅସୁବିଧା ହେବ । ତେବେ ଆମେରିକାନ କଲେଜ ଅଫ ଆବଷ୍ଟେଟ୍ରିୟାନ ଆଣ୍ଡ ଗାଇନୋକୋଲୋଜିଷ୍ଟଙ୍କ ଅନୁସାରେ ଗର୍ଭଧାରଣ ସମୟରେ ପ୍ରତିଦିନ ୨୦୦ଗ୍ରାମରୁ କମ କଫିନର ସେବନ କରିପାରିବେ । ଏହା ପ୍ରତି ମହିଳାଙ୍କ ହେଲ୍‌ଥ କଣ୍ଡିସନ ଉପରେ ନିର୍ଭର କରିଥାଏ । ଏହି ସମୟରେ କଫିନ ସେବନ କରିବା ପୂର୍ବରୁ ଡାକ୍ତର ପରାମର୍ଶ ନେବା ନିହାତି ଆବଶ୍ୟକ ।

କେଉଁ କେଉଁ ଜିନିଷରେ କଫିନ ଅଛି

କିଛି ଲୋକେ ଜାଣି ନଥିବେ କଫିନ କଣ ଅଥବା କଫିନ ମାନେ କେବଳ କଫିକୁ ବୁଝାଇଥାଏ । ହେଲେ ପ୍ରକୃତରେ ତାହା ନୁହେଁ କଫିନ ବହୁ ଗୁଡିଏ ଜିନିଷରେ ରହୁଛି ତାହାକୁ ଦେଖି ରଖି ଖାଇବା ଆବଶ୍ୟକ । ତେବେ ହେଲ୍‌ଥ ଲାଇନ ରିପୋର୍ଟ ଅନୁଯାୟୀ, କେବଳ କଫିରେ କଫିନ ଭାଗ ଅଧିକ ରହିଥାଏ । ଏକ କପ କଫିରେ ୧୦୦ମିଲିଗ୍ରାମ କଫିନ ରହିଥାଏ । ଏହାଛଡା କୋକୋଆ , ଚକଲେଟ,କୋଲା ନଟ, ଗ୍ରୀନ ଟି ଓ ଏନର୍ଜି ଡ୍ରିଙ୍କରେ କଫିନ ରହିଥାଏ । ତେବେ ଆପଣ ଯଦି ପୁରା କଫି ପ୍ରିୟ ତେବେ ଗର୍ଭଧାରଣ ସମୟରେ ୨ କପରୁ ଅଧିକ କଫି ପିଇବା ପିଲା ପାଇଁ କ୍ଷତିକାରକ ।

Get real time updates directly on you device, subscribe now.